ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ 

 ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ନଗସପୁର ପଞ୍ଚାୟତସ୍ଥିତ ସୁଣ୍ଠଳଠାରେ ଥିବା ଶ୍ରୀସିଦ୍ଧ ହନୁମାନଜୀଉ ମନ୍ଦିର ପାଖରେ ନୂତନ ଶ୍ରୀରମ ମନ୍ଦିର ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଅଛି  । ଏହି ଉତ୍ସବ୧୯ ତାରିଖରୁ ଆରମ୍ଭ ହେଉଥିବା ବେଳେ ୨୩ ତାରିଖରେ ବିଗ୍ରହ ସ୍ଥାପନ ହେବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି  । ଏହି ଅବସରରେ ଶୁଭାଧିବାସ ଓ ବିଗ୍ରହଧ୍ୟାନାଦିବସ, ଅଙ୍କୁରାରୋପଣ, ଜଳଯାତ୍ରା, ମଣ୍ଡଳୀକରଣ ସାଙ୍ଗକୁ ମନ୍ଦିରର ନାନାବିଧ କାର୍ଯ୍ୟକ୍ରମ ପୂର୍ବ ନିଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସମାପନ ହେବାକୁଥିବା ବେଳେ ୨୩ ତାରିଖରେ ନୂତନ ମନ୍ଦିରକୁ ଶ୍ରୀରାମଙ୍କର ବିଗ୍ରହ ପ୍ରବେଶ ସାଙ୍ଗଙ୍କୁ ନବ ଯୌବନ ଦର୍ଶନ ଓ ଗୀତାହୂତୀ, ପୂର୍ଣ୍ଣାହୂତୀ ଆଦି କାର୍ଯ୍ୟକ୍ରମ ରହିଛି  । ଏହି ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ହନୁମାନଜୀଉ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।