ପୁଣି ଭୁଶୁଡ଼ିଲା ବିମାନ ବନ୍ଦରର ପାଚେରି:  ନିମ୍ନମାନର କାର୍ଯ୍ୟକୁ ନେଇ ବଢୁଛି ଅସନ୍ତୋଷ

 ମାଲକାନଗିରି : ମାଲକାନଗିରି ଜିଲ୍ଲାରୁ ଉଡିବ ବିମାନ । ଦୀର୍ଘଦିନର ଲୋକଙ୍କ ସ୍ୱପ୍ନ ପୂରଣ ହେବ । ଜିଲ୍ଲାରେ ଆର୍ଥିକ, ପର୍ଯ୍ୟଟନ ଏବଂ ବାଣିଜ୍ୟ କ୍ଷେତ୍ରରେ ବେଶ ବିକାଶ ହେବ । ଏହି ଆଶା ନେଇ ପୂର୍ବ ରାଜ୍ୟ ସରକାର ଲୋକଙ୍କ ପାଇଁ ବିମାନ ବନ୍ଦର ନିର୍ମାଣ କରିଥିଲେ । ଆଉ ଗତ ବର୍ଷ ଜାନୁଆରୀ ୯ ତାରିଖରେ ଲୋକାର୍ପଣ ମଧ୍ୟ କରିଥିଲେ । କିନ୍ତୁ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  କାରଣ ଲଗାଣ ବର୍ଷାରେ ପୁଣି ୫୦ ମିଟରରୁ ଊଦ୍ଧ୍ୱର୍ ଲମ୍ବା ପାଚେରୀ ଭୁଶୁଡି ପଡିଛି । ଫଳରେ ବିମାନ ବନ୍ଦର ଭିତରେ ନିର୍ମାଣ ପିଚୁ ରାସ୍ତା ମଧ୍ୟ ଖାଇ ଯାଇ ଭୁଶୁଡି ପଡିଛି । ପୂର୍ବରୁ ମଧ୍ୟ ୧୦୦ ମିଟର ପାଚେରୀ ଭୁଶୁଡି ପଡିଥିବାବେଳେ ଦୁଇ ଜଣ ଶ୍ରମିକଙ୍କ ମୃତୁ୍ୟ ଏବଂ ୩ ଜଣ ଶ୍ରମିକ ଆହତ ହୋଇଥିଲେ । ଏବଂ ପରେ ପୁଣି ପାଚେରୀ ନିର୍ମାଣ କାର୍ଯ୍ୟ କରିଥିଲେ । ତେବେ ତିନି ତିନି ଥର ପାଚେରୀ ଭୁଶୁଡିବା ପରେ ବି ତତ୍କାଳୀନ ସରକାର ଠିକାଦାରଙ୍କୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ । ବର୍ତ୍ତମାନ ଲଗାଣ ବର୍ଷାରେ ଆଜି ପୁଣି ପାଚେରୀ ଭୁଶୁଡି ପଡିଛି । ପାଚେରୀ ନିର୍ମାଣ କାର୍ଯ୍ୟ ନିମ୍ନମାନର ଯୋଗୁଁ ଏପରି ଘଟଣା ବାରମ୍ବାର ଘଟୁଛି । ନିର୍ମାଣଧିନ ୧୬ ସହ ମିଟର ପାଚେରୀର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  ତେବେ ଗତ କିଛି ଦିନ ତଳେ ନୂତନ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ବିମାନ ବନ୍ଦର ଗସ୍ତ କରିଥିଲେ ଏବଂ ଖୁବ ଶୀଘ୍ର ବିମାନ ବନ୍ଦରର କାର୍ଯ୍ୟ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ ।