ଆଧ୍ୟାତ୍ମିକ ମିଳନର ବାର୍ତ୍ତାବହ ରାମଲୀଳା

 ବରଗଡ଼ : ବରଗଡ ନିକଟସ୍ଥ କଟାପାଲି ଗ୍ରାମରେ ୬୮ ତମ ରାମଲୀଳା ଯାତ୍ରା ମହୋସôବ ଉଦଘାଟିତ ହୋଇଯାଇଛି  । ଡ. ସୁବଳ ଚରଣ ମିଶ୍ର ମୁଖ୍ୟଅତିଥି ଏବଂ ଗଣପତି ଖମାରୀ ସମ୍ମାନିତ ଅତିଥି ଭାବେ ରାମଲୀଳା ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ସଂସ୍କୃତି ଓ ଆଧ୍ୟାତ୍ମିକର ମିଳନର ବାର୍ତାବହ କଟାପାଲି ରାମଲୀଳା ଯାତ୍ରା ମହୋସôବ ସାତ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଆଗାମୀ ୧୬ ତାରିଖରେ ରାବଣ ବଧ ସହ ଯାତ୍ରାର ପରିସମାପ୍ତି ଘଟିବ । ସେହିପରି ବିଭିନ୍ନ ଦିନରେ ଖୋଲାମଞ୍ଚରେ ରାମଲୀଳାର ବିଭିନ୍ନ ଦୃଶ୍ୟ ଅଭିନୀତ ହେବା ଉଦଘାଟନୀ ଦିବସରେ ବିଶ୍ୱାମିତ୍ରଙ୍କ ସହିତ ଶ୍ରୀରାମ ଲକ୍ଷ୍ମଣଙ୍କ ସିଦ୍ଧବନ ଯାତ୍ରା, ତାଡକା, ସୁବାହୁ ବଧ, ଅହଲ୍ୟା ତାରଣ ଦୃଶ୍ୟ ଅଭିନୀତ ହୋଇଥିଲା । ସେହିପରି ଦ୍ୱିତୀୟ ଦିବସରେ ଶ୍ରୀରାମ ଲକ୍ଷ୍ମଣଙ୍କ ନୌକାଯାତ୍ରା, ସୀତା ସ୍ୱୟଂବର, ପର୍ଶୁରାମ ଭେଟ, ତୃତୀୟ ଦିବସରେ ଶ୍ରୀରାମଙ୍କ ରାଜ୍ୟାଭିଷେକ ପାଇଁ ଆୟୋଜନ , ମନ୍ଥରାର କୁମନ୍ତ୍ରଣା, ଶ୍ରୀରାମଙ୍କ ବନବାସ, ଭରତ ମିଳନ , ଚତୁର୍ଥ ଦିବସରେ ସୂର୍ପଣଖାର ନାସାକର୍ଣ୍ଣ ଛେଦନ, ସୀତା ଚୋରୀ, ଜଟାୟୁ ବଧ, ପଞ୍ଚମ ଦିବସରେ ରାମଲକ୍ଷ୍ମଣଙ୍କ ସହିତ ହନୁମାନଙ୍କ ଭେଟ, ବାଳି ବଧ,  ସୀତା ଠାବ, ହନୁମାନ ଇନ୍ଦ୍ରଜିତ ଯୁଦ୍ଧ, ଲଙ୍କା ଦହନ, ଷଷ୍ଠ ଦିବସରେ ଲଙ୍କା ଯୁଦ୍ଧ, କୁମ୍ଭକର୍ଣ୍ଣର ନିଦ୍ରାଭଙ୍ଗ , କୁମ୍ଭକର୍ଣ୍ଣ ବଧ ଏବଂ ଅନ୍ତିମ ଦିବସରେ ଇନ୍ଦ୍ରଜିତ ବଧ, ରାମ ରାବଣ ଯୁଦ୍ଧ, ରାବଣ ବଧ ଓ ଶ୍ରୀରାମଙ୍କ ରାଜ୍ୟାଭିଷେକ ଆଦି ଦୃଶ୍ୟ ଅଭିନୀତ ହେବ  । ରାମଲୀଳା ଯାତ୍ରା ମହୋସôବର ସଭାପତି ରମେଶ ସାହୁ, ଉପସଭାପତି ବିଭୂତି ଭୂଷଣ ଦାଶ, ସଂପାଦକ ବିକାଶ ସାହୁ , ସହ ସମ୍ପାଦକ ସଜନ ସାହୁ, କୋଷାଧ୍ୟକ୍ଷ ଶ୍ରୀନିବାସ ଦାଶ, ସହ କୋଷାଧ୍ୟକ୍ଷ ଭଳ ସାହୁଙ୍କ ସମେତ କଟାପାଲି ଗ୍ରାମବାସୀ ସହଯୋଗ କରୁଛନ୍ତି