ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ
ଯାଜପୁର ସଦର : ଏହି ଥାନା ଅନ୍ତର୍ଗତ ଚିନ୍ତାପଲ୍ଲୀ ଗ୍ରାମର ଭକ୍ତ ଚନ୍ଦ୍ର ମଲିକଙ୍କ ପୁଅ ଉମେଶ (୩୨)ସେହି ଗ୍ରାମର ଜନୈକା ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ଗିରଫ କରିଛି ପୁଲିସ । ଖବର ମତେ ଉକ୍ତ ଗ୍ରାମର ଜନୈକା ଯୁବତୀ ସହ ଉମେଶ ୬ ବର୍ଷ ପୂର୍ବେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ୨୦୨୩ ମସିହା ପରେ କୌଣସି କାରଣରୁ ପରସ୍ପର ମଧ୍ୟରେ ତିକ୍ତତା ଦେଖାଯାଇଥିଲା । ଯୁବତୀର ବିବାହ ପାଇଁ ବର ଘର ଯୋଗାଡରେ ଥିବାବେଳେ ଉମେଶ ଫେକ୍ ଆକାଉଣ୍ଟ ଖୋଲି ଅଶ୍ଳୀଳ ଫଟୋ ଭାଇରାଲ କରିଥିଲା । ଏନେଇ ଯୁବତୀ ଜଣକ ଯାଜପୁର ସଦର ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରିଣୀ ଚିନ୍ମୟୀ ବେହେରା ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ କରିବାସହ ଘଟଣାରେ ଅଭିଯୁକ୍ତ ଉମେଶଙ୍କୁ ଗିରଫ୍ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି ।