ଅବ୍ୟବସ୍ଥା ମଧ୍ୟରେ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର; ଗୁରୁତ୍ୱପୂର୍ଣ୍ଣ ଡାକ୍ତର ପଦବୀ ଖାଲି 


 ବିଞ୍ଝାରପୁର/ସିଂହପୁର : ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବିଞ୍ଝାରପୁର ବ୍ଲକ ସମତେ ପଡୋଶୀ ଆଳି, ରାଜକନିକା ଓ ବରୀ ଅଞ୍ଚଳର ଅନେକ ଲୋକ ଚିକିସôା ନିମନ୍ତେ ନିର୍ଭରଶିଳ । ପ୍ରାୟ ୩ ଲକ୍ଷ ଲୋକ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଦୈନିକ  ସ୍ୱାସ୍ଥ୍ୟକେନ୍ଦ୍ରକୁ ୫ଶହରୁ ଊଦ୍ଧ୍ୱର୍ ରୋଗୀ ଚିକିସôା ପାଇଁ ଆସିଥାନ୍ତି । ହେଲେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଲାଗି ରହିଥିବା ସମସ୍ୟା ରୋଗୀଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଥାଏ । ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଅନୁଯାଇ ଡାକ୍ତର ନଥିବାରୁ ସାଧାରଣ ରୋଗୀଙ୍କୁ ମଧ୍ୟ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଯାଜପୁର, କଟକ, ଭୁବନେଶ୍ୱର ଆଦି ସ୍ଥାନକୁ ଚିକିସôା ପାଇଁ ଯିବାକୁ ପଡୁଛି । ଭେଷଜ, ଶିଶୁରୋଗ, ସର୍ଜରୀ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର ପଦବୀ ଖାଲିପଡିଛି । ଦୀର୍ଘ ବର୍ଷ ବର୍ଷ ଧରି ଏହି ସବୁ ପଦବୀ ଖାଲି ପଡୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉନଥିବାରୁ ଲୋକେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାଛଡା ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଫାଷ୍ଟ ରେଫରାଲ ୟୁନିଟ୍ ସୁବିଧା ନଥିବାରୁ ଏଠାରେ ଅଟ୍ରାସାଉଣ୍ଡ, ରଞ୍ଜନରଶ୍ମି, ରକ୍ତଭଣ୍ଡାର ଭଳି ଗୁରୁତ୍ୱପୂର୍ଣ୍ଣ ସେବା ମିଳି ପାରୁନାହିଁ । ଗର୍ଭବତୀ ମହିଳା ମାନଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରିକ୍ଷା ଓ ଆବଶ୍ୟକ ସ୍ଥଳେ ଅଲଟ୍ରାସାଉଣ୍ଡ କରାଇବା ପାଇଁ ଯାଜପୁର ଉପରେ ନିର୍ଭର କରିବାକୁ ପଡୁଛି । ଏଠାରେ ସରକାରୀ ଡାକ୍ତରଖାନାରେ ଏହି ସୁବିଧା ଉପଲବ୍ଧ ହେଉନଥିବାରୁ ଏହାର ସୁଯୋଗ ନେଇ ଅନେକ ସ୍ଥାନରେ ବେସରକାରୀ ସଂସ୍ଥା ଅଟ୍ରାସାଉଣ୍ଡ ଓ ରଞ୍ଜନରଶ୍ମି ପରୀକ୍ଷା ଦ୍ୱାରା ଲୋକଙ୍କୁ ଶୋଷଣ କରୁଥିବା ଦେଖିବାକୁ ମିଳୁଛି । ସେହିପରି ରକ୍ତଭଣ୍ଡାର ସୁବିଧା ନଥିବାରୁ ଲୋକଙ୍କୁ ମଧ୍ୟ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟକରୁଥିବା ଅନେକ ଯୋଜନା ମଧ୍ୟ ଏଠାରେ ସନ୍ତଳତା ସହିତ କାର୍ଯ୍ୟକାରୀ ହୋଇପାରୁନାହିଁ । ଗାଁ କଲ୍ୟାଣ ସମିତି ଜରିଆରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ରାଜସ୍ୱ ଗ୍ରାମକୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ । ଏହି ଅର୍ଥରେ କିଶୋରୀ ସଚେତନା ଶିବିର, ଗ୍ରାମରେ ପରିମଳ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ହେଉ କିମ୍ବା ଗ୍ରାମାଞ୍ଚଳରେ ଆବଶ୍ୟକ ସ୍ଥଳେ ଆର୍ଥକ ଅଭାବ ମଧ୍ୟରେ ଥିବା ରୋଗୀ ମାନଙ୍କୁ ଗାଡି କରି ଚିକିସôା ପାଇଁ ପ୍ରେରଣ କରିବା ଭଳି କାର୍ଯ୍ୟରେ ଖର୍ଚ୍ଚ ହୋଇଥାଏ । ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ପ୍ରାୟ ୧୦୭ରୁ ଊଦ୍ଧ୍ୱର୍ ଗାଁ କଲ୍ୟାଣ ସମିତି ରହିଥିଲେ ମଧ୍ୟ ଏହାର କାର୍ଯ୍ୟ ଦେଖିବାକୁ ମିଳେନାହିଁ । କେବଳ କାଗଜ କଲମରେ ଗାଁ କଲ୍ୟାଣ ସମିତି ଚାଲୁଥିବା ସାଧାରଣରେ ଅଭିଯୋଗ ହେଉଛି । ଏହିଭଳି ଅନେକ ସମସ୍ୟା ଦେଇ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗତି କରୁଥିବା ବେଳେ ବିଭାଗୀୟ ସ୍ଥାଣୁତା ରୋଗୀଙ୍କୁ ହସ୍ତସନ୍ତ କରୁଛି ।