ନୂତନ ମୁଖ୍ୟ ବିଚାରପତିଙ୍କ ଜଗନ୍ନାଥ ଦର୍ଶନ
ପୁରୀ : ହାଇକୋର୍ଟର ନବ ନିଯୁକ୍ତ ବିଚାରପତି ଜଷ୍ଟିସ ହରିଶଟଣ୍ଡନ ମଙ୍ଗଳବାର ଦିନ ପୁରୀ ଆସି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି । ସପତ୍ନୀଙ୍କ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଥିଲେ । ସିଂହଦ୍ୱାର ସମ୍ମୁଖରେ ଆଇନ ସଚିବ ବଲୱନ୍ତ ସିଂ, ଜିଲ୍ଳାପାଳ ସିଦ୍ଧାର୍ଥଶଙ୍କର ସ୍ୱାଇଁ, ଏସ୍ପି ବିନିତ ଅଗ୍ରୱାଲ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟ ବିଚାରପତିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରାଯାଇଥିଲା । ଆସନ୍ତା ୨୬ ତାରିଖରେ ଶପଥ ନେବେ ନୂତନ ମୁଖ୍ୟ ବିଚାରପତି । ହାଇକୋର୍ଟ ପରିସରରେ ଶପଥ ଗ୍ରହଣ ଉସôବରେ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି ଜଷ୍ଟିସ୍ ଟଣ୍ଡନଙ୍କୁ ଶପଥ କରାଇବେ ।