ନୋଡାଲ ଅଧିକାରିଣୀଙ୍କ ଢେଙ୍କାନାଳ ଗସ୍ତ 

 ଢେଙ୍କାନାଳ:   ଅତିରିକ୍ତ କୃଷି ନିଦେ୍ର୍ଦଶିକା ଲିଟି ପଟ୍ଟନାୟକ ଭୁବନେଶ୍ୱର ଓ ଅନ୍ୟାନ୍ୟ ରାଜ୍ୟସ୍ତରୀୟ ଯୋଜନା ଅଧିକାରୀଗଣ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ତଥା କୃଷକ ପଞ୍ଜିକରଣ, ଡିଜିଟାଲ ଫସଲ ସର୍ବେକ୍ଷଣ ଯାଜନା, ଆଖୁ ଓ ନଳିତା କ୍ଷେତ୍ର ପ୍ରଦର୍ଶନ ଗୁଡିକୁ ବୁଲି ଦେଖିଥିଲେ । କଙ୍କଡାହାଡ ସ୍ଥିତ କୃଷି ସମବାୟ ସମିତିରେ ୟୁରିଆ ସାର ଉପଲବ୍ଧ ହେଉଛି କି ନାହିଁ ଚାଷୀମାନଙ୍କୁ ପଚାରି ବୁଝିଥିଲେ । ଏତଦ୍ ବ୍ୟତୀତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଗତ ବିଭିନ୍ନ ପ୍ରକାର ପ୍ରକଳ୍ପ ଗୁଡିକୁ ପରିଦର୍ଶନ କରିଥିଲେ । ପ୍ରକଳ୍ପ ଗୁଡିକ ମଧ୍ୟରେ ଫଲବଗିଚା ପ୍ରତିଷ୍ଠା, ଜୈବିକ ସାର ଉତ୍ପାଦନ କେନ୍ଦ୍ର ଓ କୃଷିସେବା କେନ୍ଦ୍ର ବୁଲି ଦେଖିବା ସଙ୍ଗେସଙ୍ଗେ ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱନାଥ ଦାସ, ସହକାରୀ କୃଷି ନିଦେ୍ର୍ଦଶକ ପଦାରବିନ୍ଦ ସାହୁ, କାମାକ୍ଷାନଗର କୃଷି ଜିଲ୍ଲା ଅଧିକାରୀମାନେ ସହଯୋଗ କରିଥିଲେ ।