ପରୀକ୍ଷା ସୁପରିଚାଳନା ନିମନ୍ତେ ସମୀକ୍ଷା ବୈଠକ କଲେ ଜିଲ୍ଲାପାଳ : ସମସ୍ତ କେନ୍ଦ୍ରରେ ଲାଗିବ ସିସିଟିଭି
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ମାଧ୍ୟମିକ ଓ ଉଚ୍ଚÿ ମାଧ୍ୟମିକ ସାର୍ଟିଫିକେଟ ପରୀକ୍ଷାର ସୁପରିଚାଳନା ନିମନ୍ତେ ଆଜି ମଧ୍ୟାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସୋମେଶ୍ କୁମାର ଉପାଧ୍ୟାୟ ପରୀକ୍ଷା ବ୍ୟବସ୍ଥା ପରିଚାଳନାର ସମୀକ୍ଷା କରି ପରିଚାଳନାରେ ଯେପରି କୌଣସି ପ୍ରକାରର ବ୍ୟତିକ୍ରମ ନ ହେବ ସେଥିପାଇଁ ସଂପୃକ୍ତ ଅଧିକାରୀ ଶୃଙ୍ଖଳିତ ଓ ଦାୟିତ୍ୱବୋଧତାର ସହ ନିଜର କାର୍ଯ୍ୟ ସଂପାଦନ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ସୁପରିଟେଣ୍ଡିଙ୍ଗ ଅଫିସରମାନେ ପରୀକ୍ଷା ପୂର୍ବରୁ କେନ୍ଦ୍ରଗୁଡ଼ିକୁ ପରିଦର୍ଶନ କରି ରିପୋର୍ଟ ଦେବାକୁ କହିଥିଲେ । ପରୀକ୍ଷା ସମୟରେ ବରିଷ୍ଠ ଅଧିକାରୀମାନେ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ତଦାରଖ କରିବା ପାଇଁ କହିଥିଲେ । ଜିଲ୍ଲାରେ ୯୪ଟି କେନ୍ଦ୍ରରେ ମାଧ୍ୟମିକ ପରୀକ୍ଷା ଚÿଳିତ ମାସ ୨୧ ତାରିଖରୁ ଆସନ୍ତା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ସକାଳ ୯ ଘଟିକା ଠାରୁ ୧୧ଘ. ୩୦ ମି. ପର୍ଯ୍ୟନ୍ତ ଚାଲିବ । କେବଳ ଗଣିତ ପରୀକ୍ଷା ସକାଳ ୯ ରୁ ୧୧ ଟା ୪୫ ମି ପର୍ଯ୍ୟନ୍ତ ଚାଲିବ । ପ୍ରଶ୍ନପତ୍ର ଷ୍ଟୋର ନିମନ୍ତେ ୧୦ଟି ନୋଡାଲ ସେଣ୍ଟର କରାଯାଇ ସିସିଟିଭି ଓ ଆରକ୍ଷୀ ବ୍ୟବସ୍ଥା କରାଯାଇଥିଲା ବେଳେ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସିସି ଟିଭି ଲଗାଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି ସୂଚÿନା ଦେଇଥିଲେ । ପରୀକ୍ଷାର୍ଥୀ ମାନଙ୍କୁ କୌଣସି ପ୍ରକାରର ଘଣ୍ଟା ନେବାକୁ ଅନୁମତି ନ ଥିବାରୁ ପ୍ରତ୍ୟେକ କେନ୍ଦ୍ରରେ କାନ୍ଥଘଣ୍ଟା ଲଗାଯିବ ବୋଲି ପ୍ରକାଶ କରିଥିଲେ । ସେହିପରି ଉଚ୍ଚÿ ମାଧ୍ୟମିକ ସାର୍ଟିଫିକେଟ ପରୀକ୍ଷା ୪୩ କେନ୍ଦ୍ରରେ ଚÿଳିତ ମାସ ୧୮ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟା ରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି । ପରୀକ୍ଷା ସୁପରିଚାଳନା କରିବାରେ କୌଣସି ଅଧିକାରୀ, କର୍ମଚାରୀ ଅସଦ ଉପାୟ କିମ୍ବା ବିଶୃଙ୍ଖଳା ଆଚÿରଣ କଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ଚେତାବନୀ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଡ଼ିଆଇବି ଆଡ଼ିସ୍ନାଲ ଏସପି ନିରଞ୍ଜନ ପାଢୀ, ସଦର ଉପ ଜିଲ୍ଲାପାଳ ବିବୁଧ ଗଡ଼ନାୟକ, ହନେ୍ଦାଳ ଉପ ଜିଲ୍ଲାପାଳ ପ୍ରଭାସ କୁମାର ପରିଡ଼ାଙ୍କ ସମେତ ସଂପୃକ୍ତ ମାଧ୍ୟମିକ ଓ ଉଚ୍ଚÿ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅଧ୍ୟକ୍ଷଗଣ, ବିଭାଗୀୟ ଅଧିକାରୀ, ସମସ୍ତ ତହସିଲଦାର ଓ ବିଡ଼ିଓମାନେ ଉପସ୍ଥିତ ରହି ପରୀକ୍ଷା ପରିଚାଳନା ବ୍ୟବସ୍ଥା ସଂପର୍କରେ ଅବଗତ କରାଇଥିଲେ ।