ନ୍ୟାୟ ପାଇଁ ଆଜି ବି ସଂଘର୍ଷ କରୁଛନ୍ତି ପିହୁର ମା

ମା’ର ଲଢେଇ ନ୍ୟାୟ ପାଇଁ ଜାରି । ନିଖୋଜ ପିହୁକୁ ଖୋଜି ଆଣିବାକୁ ପିହୁ ମା’ ପୁଣି ଥରେ ଧାରଣାରେ ବସିଛନ୍ତି । ପୁଣିଥରେ ନିଖୋଜ ପିହୁ ଘଟଣାର ତଦନ୍ତ ପାଇଁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ମା’ ମୋନାଲିସା । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୂଦନପୁର ଗାଁର କୁନିଝିଅ ପିହୁ । ତାର ଅପହରଣ ଘଟଣାକୁ ୫ ବର୍ଷ ପୁରିଲା । ହେଲେ ଆଜି ପର୍ୟ୍ୟନ୍ତ ବିଂଝାରପୁର ଥାନା କିମ୍ବା ଯାଜପୁର ଜିଲ୍ଲା ପ୍ରଶାସନ ପିହୁକୁ ଖୋଜି ପାରିଲେନି। ପିହୁର ପରିବାରକୁ ସରକାର ନ୍ୟାୟ ଦେଇ ପାରିଲେ ନାହିଁ । ବାରମ୍ବାର ପିହୁ ମା’ ଧାରଣା ପ୍ରତିବାଦ ଜାରି ରଖିଥିବା ବେଳେ ପିହୁର କୌଣସି ଖବର ମିଳିନି । ଆରଜି ପୁଣିଥଇରେ ନିରାଶ ପିହୁର ମା’ ଜ଼ିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି । କୁନିଝିଅ ପିହୁ ଅପହରଣ ଘଟଣାରେ ନ୍ୟାୟ ଦାବିରେ ଯାଜପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ।