ନ୍ୟାୟ ପାଇଁ ଏସପିଙ୍କୁ ଫେରାଦ ଦମ୍ପତି
ପାଣିକୋଇଲି : ପାଣିକୋଇଲି ପୁଲିସ ମାମଲା ରୁଜୁ କରିଥିଲେ ହେଁ ଅଭଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ଏଭଳି ଅଭିଯୋଗ ଆଣି ଏସପିଙ୍କ ଦ୍ୱାରସ୍ତ ହେବା ସହ ନ୍ୟାୟ ନିବେଦନ କରିଛନ୍ତି କୋରେଇ ବ୍ଲକ କରଦା ପଞ୍ଚାୟତ ପଳସା ଗ୍ରାମର ମାନସୀ ଓ ତାଙ୍କ ସ୍ୱାମୀ ମହିମା ଜେନା । ମାନସୀଙ୍କ ଅଭିଯୋଗ ମୁତାବକ ତାଙ୍କ ସ୍ୱାମୀ ଗତ ୧ ତାରିଖ ମଧ୍ୟ ରାତ୍ରି ସମୟରେ ଘରକୁ ଆସୁଥିବା ସେହି ଗ୍ରାମର ନୟନା ସିଂ ତାଙ୍କୁ ଗାଳି ଗୁଲଜ କରିଥିଲେ । ମୁଁ ଏବଂ ମୋ ସ୍ୱାମୀ ଏହାକୁ ପ୍ରତିବାଦ କରିବାରୁ ଅଧ ଘଣ୍ଟା ଭିତରେ ପ୍ରତାପ ଖଣ୍ଡେଇ ଓ ଜିତୁ ବେହେରା ପହଁଚି ମାରଣାସ୍ତ୍ର ଦେଖାଇ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରିଥିଲେ । ପାଟି ତୁଣ୍ଡ ଶୁଣି ପଡୋଶୀ ପହଁଚିବାର ସେମାନେ ଦୌଡ଼ି ପଳାଇ ଯାଇଥିଲେ । ଉକ୍ତ ଘଟଣାକୁ ନେଇ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରିଥିଲେ ହେଁ ଅଭଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ଯାହାଫଳରେ ସେମାନେ ଭୟ ଏବଂ ଆଶଙ୍କା ଭିତରେ ରହିଛନ୍ତି ।