ମନରେଗା ଅର୍ଥ ଆତ୍ମସାତ; ବିଡ଼ିଓଙ୍କୁ ଅଭିଯୋଗ
ବିଞ୍ଝାରପୁର ବ୍ଲକରୁ ପୁଣି ଆସିଛି ମନରୋଗା ଦୁର୍ନୀତିର ଖବର । ମନରେଗା ଅର୍ଥ ଆତ୍ମସାତ ଭଳି ଅଭିଯୋଗ ଆଣିଛନ୍ତି ଏକାଧିକ ମହିଳା । ରାସନ, ଆବାସ, ମନରେଗା ଭଳି ଦୁର୍ନୀତିର ଗନ୍ଧ ଆସୁଥିବା ବେଳେ ହିତାଧିକାରୀଙ୍କ ଅର୍ଥ ଆତ୍ମସାତ ଭଳି ଅଭିଯୋଗ ଓଲେଇ ଚନ୍ଦନପୁର ପଞ୍ଚାୟତରୁ ଆସିଛି । ୨୦୨୩/୨୪ଆର୍ଥକ ବର୍ଷରେ ଆବାସ ଯୋଜନାରେ ଗୃହ ପାଇଥିବା ହିତାଧିକାରୀ ମାନଙ୍କୁ ମନରେଗା ଯୋଜନାରେ ଯୋଗାଇ ଦିଆଯାଉଥିବା ପ୍ରୋତ୍ସାହନ ରାଶିକୁ ଚଞ୍ଚକତା କରାଯାଇ ହଡ଼ପ କରାଯାଇଥିବା ହିତାଧିକାରୀ ବିଡ଼ିଓଙ୍କୁ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ସରକାରଙ୍କ ତରଫରୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଗୃହକାର୍ଯ୍ୟ ଶେଷ କଲେ ୨୨ହଜାର ୫୦୦ଟଙ୍କା ମିଳିଥାଏ । ହିତାଧିକାରୀ ବିଡ଼ିଓଙ୍କୁ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି କି ସେମାନେ ନିର୍ଦ୍ଧାରିତ ସମୟରେ ଘର ନିର୍ମାଣ କରି ସମସ୍ତ କିସ୍ତି ପ୍ରାପ୍ତ କରିଥିଲେ ହେଁ ମନରେଗା ଅର୍ଥ ଆତ୍ମସାତ; ବିଡ଼ିଓଙ୍କୁ ଅଭିଯୋଗ ଅର୍ଥ କିନ୍ତୁ ବ୍ୟାଙ୍କ ଖାତାରେ ଜମା ହେଲାନି । ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ତତ୍କାଳୀନ ଜିଆରଏସ ଚଞ୍ଚକତା କରି ସେମାନଙ୍କ ଜମାଖାତାକୁ ଅର୍ଥ ନପଠାଇ ଅନ୍ୟ ଖାତାକୁ ପଠାଇ ସମସ୍ତ ଅର୍ଥ ଆତ୍ମସାତ କରିଛନ୍ତି । ସେମାନେ ଏହା ଜାଣିବା ପରେ ସଂପୃକ୍ତ ଜିଆରଏସ ଓ ପିଓକୁ ପଚାରିବାରୁ ବାଆଁରେଇ ଥିଲେ । ଏଭଳି ଭାବେ ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ପଞ୍ଚାୟତରେ ରାଜନୈତିକ ଝକପଞ୍ଜା ଆରମ୍ଭ ହୋଇଯାଇଛି । ଅଭିଯୋଗର ତଦନ୍ତ କରି ଅର୍ଥ ଆତ୍ମସାତ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହିତାଧିକାରୀ ବିଡ଼ିଓଙ୍କୁ ଦାବି କରିଛନ୍ତି ।