ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବଙ୍କ ବିବାହ ଉସବ

କୁଆଖିଆ : ରସୁଲପୁର ବ୍ଲକର ପ୍ରଥମଖଣ୍ଡ ପଞ୍ଚାୟତ ସ୍ଥିତ ଶ୍ରୀଶ୍ରୀ ରାମେଶ୍ୱର ମହାଦେବ ଓ ମାତା ପାର୍ବତୀ ଦେବୀଙ୍କ ବିବାହ ଉସôବ ଅନୁଷ୍ଠିତ ହୋଇଯାଇଛି । କନ୍ୟା ମାତା-ଜ୍ୟୋସ୍ନା ମହାରଣା ଓ ପିତା ମାୟାଧର ମହାରଣା, ଗୋପାଳପୁର ଏବଂ ଯାଜପୁର ରୋଡ଼ ଚାନ୍ଦମା ଗ୍ରାମର ବରମାତା ବିଦୁଲତା ବିଶ୍ୱାଳ ଓ ପିତା ପ୍ରତାପ ଚନ୍ଦ୍ର ବିଶ୍ୱାଳଙ୍କ ପୈାରହିତ୍ୟରେ ଆୟୋଜିତ ଉସôବରେ ପ୍ରତୂଷରୁ ଭକ୍ତ ମାନଙ୍କ ଦ୍ୱାରା ଜଳଯାତ୍ରା, ସୂର୍ଯ୍ୟପୂଜା, ଗୋ-ପୂଜା, ଗୁରୁପୂଜା, ମହାରୁଦ୍ରାଭିଷେକ,ଦିଅଁ ମଙ୍ଗଳା ପରେ ଶିବ-ପାର୍ବତୀଙ୍କ ବିବାହ ଉସôବ ପାରମ୍ପରିକ ରୀତିନୀତିରେ ସମାପିତ ହୋଇ ଆହୁତି ପ୍ରଦାନ କରାଯାଇଥିଲା । ପରେ ବର କନ୍ୟାଙ୍କୁ ଗ୍ରାମ ପ୍ରଦକ୍ଷିଣ କରାଯାଇଥିଲା । ଏହି ମାଙ୍ଗଳିକ କାର୍ଯ୍ୟକ୍ରମ ମନ୍ଦିର ପରିଚାଳନା କମିଟିର ତତ୍ୱ ।ବଧାନରେ ହେଇଥିବା ବେଳେ ଏଥିରେ ରେ ଶହ ଶହ ଶ୍ରଦ୍ଧାଳୁ ଓ ଭକ୍ତ ଯୋଗଦେଇ ବିଭୂକୃପା ଲାଭ କରିଥିବା ଦେଖାଯାଇଥିଲା ।