‘ଖଣି ଜଳ ପରିଚାଳନାରେ ଡିଜିଟାଲ ମାଧ୍ୟମର ବ୍ୟବହାର' ଉପରେ ଆଲୋଚନାଚକ୍ର
ାା ପ୍ରଭାନୁ୍ୟଜ ।ା କାଳିଆପାଣି: ଗୁରୁବାର ସୁକିନ୍ଦା କ୍ରୋମାଇଟ୍ ଖଣି ପରିସରରେ ‘ଖଣି ଜଳ ପରିଚାଳନାରେ ଡିଜିଟାଲ୍ ମାଧ୍ୟମର ବ୍ୟବହାର' ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ଟାଟା ଷ୍ଟିଲ ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ ପକ୍ଷରୁ ମାଇନିଙ୍ଗ ଇଂଜିନିୟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଭୁବନେଶ୍ୱର-ସୁକିନ୍ଦା ଚାପ୍ଟର ପାଇଁ ଫ୍ଲକ୍ସଜେନ୍ ସଷ୍ଟେନେବଲ୍ ଟେକ୍ନୋଲୋଜି ସହଯୋଗରେ ଆୟୋଜିତ ଆଲୋଚନାରେ ଖଣି ଶିଳ୍ପରେ ଜଳ ପରିଚାଳନାର ଦକ୍ଷତା ଏବଂ ଦୀର୍ଘସ୍ଥାୟୀତ୍ତ୍ୱରେ ଉନ୍ନତି ଆଣିବା ପାଇଁ ଉନ୍ନତ ଜ୍ଞାନ କୌଶଳ ବ୍ୟବହାର ପାଇଁ ଗୁରୁତ୍ୱାରୋପ କରାଯାଇଥିଲା । କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ, ଇମ୍ଫା, ବାଲେଶ୍ୱର ଆଲଏଜ୍ ଓ ଓଡ଼ିଶା ମାଇନିଙ୍ଗ କର୍ପୋରେସନ ସମେତ ସୁକିନ୍ଦା ଅଞ୍ଚଳର ପ୍ରମୁଖ ଖଣି କମ୍ପାନୀର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଅଞ୍ଚଳର ଶିଳ୍ପ ଅଭିବୃଦ୍ଧିରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଏହି କମ୍ପାନୀଗୁଡ଼ିକ ଆଲୋଚନାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ଏବଂ ଖଣି କାର୍ଯ୍ୟରେ ଜଳ ସମ୍ବନ୍ଧୀୟ ସମସ୍ୟା ହ୍ରାସ କରିବା ପାଇଁ ଡିଜିଟାଲ ମାଧ୍ୟମ କାର୍ଯ୍ୟକାରୀ କରିବା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଫେରୋ ଆଲଏଜ୍ ଓ ମିନେରାଲ୍ସ ଡିଭିଜନର ଏକଜିକୁ୍ୟଟିଭ ଇନଚାର୍ଜ ତଥା ଏମଇଏଆଇର ଭୁବନେଶ୍ୱର-ସୁକିନ୍ଦା ଚାପ୍ଟର ଚେୟାରମ୍ୟାନ୍ ପଙ୍କଜ ସତିଜା ଖଣିରେ ଜଳ ସଂରକ୍ଷଣ ଏବଂ ପରିଚାଳନାଗତ ସମସ୍ୟାର ସମାଧାନରେ ଡିଜିଟାଲ୍ ମାଧ୍ୟମର ଭୂମିକାକୁ ଗୁରୁତ୍ୱ ଦେଇ କହିଥିଲେ କି ‘ଜଳ ହେଉଛି ସବୁଠାରୁ ମୂଲ୍ୟବାନ ସମ୍ପଦ, ଏବଂ ଡିଜିଟାଲ ଟେକ୍ନୋଲୋଜିର ଉନ୍ନତି ସହିତ ବର୍ତମାନ ଆମ ପାଖରେ ଏହି ସମ୍ବଳକୁ ଅଧିକ ପ୍ରଭାବଶାଳୀ ଭାବରେ ପରିଚାଳନା କରିବାର ମାଧ୍ୟମ । ଡିଜିଟାଲ ସମାଧାନ ପରିଚାଳନା ଦକ୍ଷତା ବୃଦ୍ଧି କରିପାରିବ, ଜଳ ବର୍ଜ୍ୟବସ୍ତୁ ହ୍ରାସ କରିପାରିବ ଏବଂ କାର୍ଯ୍ୟ କ୍ଷେତ୍ର ଏବଂ ଏହାର ଆଖପାଖ ଅଞ୍ଚଳରେ ଖଣି କାର୍ଯ୍ୟକଳାପ ତଥା ଲୋକମାନଙ୍କ ଜଳ ଆବଶ୍ୟକତାକୁ ସୁନିଶ୍ଚିତ କରିପାରିବ ।’ ଏହି ଅଧିବେଶନରେ ଜଳ ପରିଚାଳନା ଜ୍ଞାନକୌଶଳରେ ଅଗ୍ରଣୀ କାର୍ଯ୍ୟ ପାଇଁ ଜଣାଶୁଣା କମ୍ପାନୀ ଫ୍ଲକ୍ସଜେନ୍ ପକ୍ଷରୁ ଏକ ଉପସ୍ଥାପନା ପ୍ରଦର୍ଶନ କରାଯାଇଥିଲା । ଉପସ୍ଥାପନାରେ ଖଣି କାର୍ଯ୍ୟରେ ଜଳର ବ୍ୟବହାର, ନିୟନ୍ତ୍ରଣ ଏବଂ ଅପ୍ଟିମାଇଜ୍ କରିବା ପାଇଁ ଡିଜାଇନ୍ କରାଯାଇଥିବା ବିଭିନ୍ନ ଡିଜିଟାଲ୍ ଉପକରଣ ଏବଂ ପ୍ରଣାଳୀ ଉପରେ ଆଲୋକପାତ କରାଯାଇଥିଲା । ଆଲୋଚନାରେ ଉପସ୍ଥିତ କମ୍ପାନୀ ଗୁଡିକ ଦୀର୍ଘସ୍ଥାୟୀତ୍ତ୍ୱ ଏବଂ ପରିଚାଳନା ଦକ୍ଷତାକୁ ପ୍ରଶଂସା କରିବା ସହ ଜଳ ସଂରକ୍ଷଣ ଦିଗରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଏଫ୍ଏଏମଡି ଖଣି ମୁଖ୍ୟ ଶମ୍ଭୁନାଥ ଝା, ସୁକିନ୍ଦା ଖଣି ମୁଖ୍ୟ ଦେବରାଜ ତିୱାରୀ, ସାରୁଆବିଲ ଓ କମର୍ଦା ଖଣି ମୁଖ୍ୟ ନବୀନ ଶ୍ରୀବାସ୍ତବ ତଥା ଅନ୍ୟ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।