ମଦ ଜବତ, ୩ କୋର୍ଟଚାଲାଣ
କେନ୍ଦ୍ରାପଡ଼ା : ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ଫୋରପଳ ଗ୍ରାମର ମନୋରଞ୍ଜନ ଦାଶଙ୍କ ଠାରୁ ୨୨ ଲିଟର ଦେଶୀମଦ, କଶଟୀ ଗ୍ରାମର ଅଲେଖ ମଳିକଙ୍କ ଠାରୁ ୧୬ ଲିଟର ଦେଶୀ ମଦ ଏବଂ ଧନଦିଆ ଗ୍ରାମର ସୁବ୍ରତ ପାତ୍ରଙ୍କ ଠାରୁ ୨୧ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଏମାନଙ୍କ ପାଖରୁ ସମୁଦାୟ ୫୯ ଲିଟର ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରାଯାଇ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ କହିଛନ୍ତି । ଏହି ଚଢଉରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲ୍ଲିକ, ଅବକାରୀ ଉପନୀରିକ୍ଷକ ଧର୍ମପଦ ଦାସ, ଛାୟାକାନ୍ତ ନାୟକଙ୍କ ସମେତ ଅନ୍ୟ କର୍ମଚାରୀ ପ୍ରମୁଖ ସାମିଲ ଥିଲେ ।