ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଗ୍ରାହକ ହନ୍ତସନ୍ତ
ସୋର: ସୋର ଷ୍ଟେସନ ରୋଡରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଖୋଲିବା ଫଳରେ ଜରୁରୀ କାମରେ ଆସିଥିବା ଅନେକ ଲୋକ ନାହିଁ ନଥିବା ଅସୁବିଧାକୁ ସମ୍ମୁଖିନ ହୋଇଥିଲେ । ପୂର୍ବରୁ ଦୁଇଥର ଏମିତି ଘଟଣା ଘଟିଥିବା ବେଳେ ଆଜି ଦୀର୍ଘ ସମୟ କାଳ ଅପେକ୍ଷା କରିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା । କେବଳ ସାଧାରଣ ଲୋକେ ନୁହଁନ୍ତି ବରଂ ବ୍ୟଙ୍କ କର୍ମଚାରୀମାନେ ମଧ୍ୟ ସମାନ ଅବସ୍ଥାକୁ ସମ୍ମୁଖିନ ହୋଇଥିଲେ । ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ଅନ୍ୟ କର୍ମଚାରୀମାନେ ମଧ୍ୟ ଦୀର୍ଘ ସମୟକାଳ ବ୍ୟାଙ୍କ ଖୋଲାଯିବାକୁ ଅପେକ୍ଷା କରିଥିଲେ । ତେବେ ବ୍ୟାଙ୍କର ଚାବିକାଠି ରହୁଥିବା କର୍ମଚାରୀ ଜଣଙ୍କ ଚାବିକାଠି ହଜାଇ ଦେଇଥିବାରୁ ବ୍ୟାଙ୍କ ଖୋଲିବାରେ ବିଳମ୍ବ ହୋଇଥିବା ଉପସ୍ଥିତ କର୍ମଚାରୀ କହିଥିଲେ । ତେବେ ବ୍ୟାଙ୍କ ଭଳି ଏକ ଗୁରୁତ୍ୱ ପୂର୍ଣ୍ଣ ସଂସ୍ଥାରେ କାର୍ଯ୍ୟ କରି ଏପରି ଦାୟିତ୍ୱହିନତାକୁ ସାଧାରଣରେ ନା ପସନ୍ଦ କରାଯାଇଛି ।