ଜାତୀୟ ସେବା ଶିବିର ଉଦ୍ୟାପିତ
ସୋର: ସୋର ବ୍ଲକ ନିଶ୍ଚିନ୍ତପୁର ପଞ୍ଚାୟତ କୁଡ଼େଇ ମହିଳା ଉଚ୍ଚÿ ମାଧ୍ୟମିକ ବିଦ୍ୟାଳୟରେ ଶୀତାକାଳୀନ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ସାତ ଦିନ ଧରି ଅନୁଷ୍ଠିତ ହୋଇ ଉଦଯାପିତ ହୋଇଥିଲା । ଉଦଯାପନୀ ଦିବସରେ ଅଧକ୍ଷ କରୁଣାକର ସାହୁଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ଦାମୋଦର ଦାଶମହାପାତ୍ର,କାର୍ଯ୍ୟକ୍ରମ ସଂଯୋଜକ ଡ଼.ବିଶ୍ୱମୋହନ ଜେନା,ଜିଲ୍ଲା ସଂଯୋଜକ ହୃଷିକେଶ ପଣ୍ଡା, ଅଧ୍ୟାପକ ସଞ୍ଜୟ କୁମାର ମୁଦୁଲି, ଅଧ୍ୟାପିକା ଗୀତାଞ୍ଜଳି ରଥ, ଅନ୍ନପୂର୍ଣ୍ଣା ମିଶ୍ର ଯୋଗଦେଇ ଜାତୀୟ ସେବା ଯୋଜନାର ଲକ୍ଷ ଓ ସେବାପ୍ରତି ସମର୍ପିତ ଭାବ ସମ୍ପର୍କରେ ସ୍ୱ?ଛାସେବିନୀ ମାନଙ୍କୁ ଅବଗତ କରାଇଥିଲେ ।ଏହି ଶିବିରରେ କାର୍ଯ୍ୟକ୍ରମ ଅଧିକାରିଣୀ ଶାଶ୍ୱତୀ ପାତ୍ରଙ୍କ ପ୍ରତକ୍ଷ ତତ୍ୱାବଧାନରେ ମୋଟ ୫୦ ଜଣ ସ୍ବେଛାସେବିନୀ ଯୋଗଦେଇ ନଦୀଗାଁ ଗ୍ରାମକୁ ପୌଷ୍ୟ ଗ୍ରାମ୍ୟ ଭାବେ ଗ୍ରହଣ କରି ବିଭିନ୍ନ ଜନ ହିତକର କାର୍ଯ୍ୟ କରିବା ସହିତ ବୃକ୍ଷ ରୋପଣ,ପରିବେଶ ସୁରକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିଥିଲେ ।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ମାନେ ପରିଚାଳନାରେ ସହଯୋଗ କରିଥିଲେ ।