ମଦ ଜବତ, ଜଣେ ଗିରଫ
ସୋର : ସୋର ପୁଲିସ ପକ୍ଷରୁ ମହୁମୁହାଣ ଗ୍ରାମ ନିକଟରେ ଥିବା ଏକ ପାନ ଦୋକାନରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ଶିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆଗାଁ ଗ୍ରାମର ଆଦିକନ୍ଦ ସାହୁ ମହୁମୁହାଣ ଗ୍ରାମ ନିକଟରେ ଏକ ପାନ ଦୋକାନ କରି ମଦ ବିକ୍ରି କରୁଥିବା ନେଇ ଅଭିଯୋଗ ହେଉଥିଲା । ସୋର ପୁଲିସ ଉକ୍ତ ସ୍ଥାନରେ ପେଟ୍ରୋଲିଂ କରୁଥିବାବେଳେ ପାନ ଦୋକାନରେ ଚଢ଼ାଉ କରିଥିଲା । ଚଢ଼ାଉ ପରେ ଆଦିକନ୍ଦ ନିକଟରୁ ପୁଲିସ ୩୧.୪୩୫ ଲିଟର ବିଦେଶୀ ମଦ ଜବତ କରିବା ସହିତ ଆଦିକନ୍ଦକୁ ଗିରଫ କରାଯାଇ ଏକ ମାମଲା ରୁଜୁ କରି ସୋର ମେଡିକାଲରେ ତାର ଡାକ୍ତରୀ ମାଇନା ପରେ ପୁଲିସ ତାକୁ କୋର୍ଟଚାଲାଣ କରିଛି ।