ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ ୨.ଠ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବା ଅବସରରେ କହିଛନ୍ତି ଯେ ନିବେଶ ହେଉଛି ବିକାଶର ତୃତୀୟ ଇଞ୍ଜିନ୍ । ଯେଉଁଥିରେ ଲୋକଙ୍କ ମଧ୍ୟରେ ପୁଞ୍ଜିନିବେଶ, ଅର୍ଥନୀତିରେ ପୁଞ୍ଜିନିବେଶ ଏବଂ ଉଦ୍ଭାବନ କ୍ଷେତ୍ରରେ ପୁଞ୍ଜିନିବେଶ ଅନ୍ତର୍ଭୁକ୍ତ । ଏହିକ୍ରମରେ ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ ୨.୦ କାର୍ଯ୍ୟକ୍ରମ ଅଧୀନରେ ପୋଷଣ ସହାୟତା ପାଇଁ ଖର୍ଚ୍ଚ ନିୟମକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସମଗ୍ର ଦେଶରେ ୮ କୋଟିରୁ ଅଧିକ ଶିଶୁ, ୧ କୋଟି ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା' ଏବଂ ଆକାଂକ୍ଷୀ ଜିଲ୍ଲା ଏବଂ ଉତ୍ତର-ପୂର୍ବାଞ୍ଚଳର ପ୍ରାୟ ୨୦ ଲକ୍ଷ କିଶୋରୀଙ୍କୁ ପୋଷଣ ସହାୟତା ଯୋଗାଇ ଦିଆଯିବ ।
ସେହିପରି ଆଗାମୀ ୩ ବର୍ଷ ମଧ୍ୟରେ ସମସ୍ତ ଜିଲ୍ଲା ଡାକ୍ତରଖାନାରେ ଡେ କେୟାର କ୍ୟାନସର ସେଣ୍ଟର ପ୍ରତିଷ୍ଠା କରିବାକୁ ମଧ୍ୟ ଘୋଷଣା କରିଥିବା ବେଳେ ଏ ସମ୍ବଳିତ ୨୦୦ କେନ୍ଦ୍ର ପ୍ରତିଷ୍ଠା କରାଯିବ ।  ସେହିପରି ଆଗାମୀ ୫ ବର୍ଷରେ ୭୫ ହଜାର ସିଟ୍ ଯୋଡ଼ିବା ଲକ୍ଷ୍ୟରେ ଆସନ୍ତା ବର୍ଷ ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦ ହଜାର ଅତିରିକ୍ତ ସିଟ୍ ଯୋଡ଼ାଯିବ ବୋଲି ବଜେଟରେ ଉଲ୍ଲେଖ କରାଯାଇଛି ।