ଅଗଷ୍ଟ ୧୭ରୁ ଦିନିକିଆ ସିରିଜ୍:  ବିସିସିଆଇ ଜାରି କଲା ସୂଚୀ

 ନୂଆଦିଲ୍ଲୀ  :  ଭାରତୀୟ କ୍ରିକେଟ ଟିମ୍ ଅଗଷ୍ଟରେ ବାଂଲାଦେଶ ଗସ୍ତ କରିବ । ଏହି ଟୁର୍ରେ ୩ଟି ଦିନିକିଆ ଓ ୩ଟି ଟି୨୦ ସିରିଜ୍ ଖେଳିବ । ଦିନିକିଆରୁ ଆରମ୍ଭ ହେବ ସିରିଜ୍ । ପ୍ରଥମ ମ୍ୟାଚ୍ ଅଗଷ୍ଟ ୧୭ରେ ଖେଳାଯିବ । ଏ ନେଇ ବିସିସିଆଇ କ୍ରୀଡ଼ା ସୂଚୀ ଜାରି କରିଛି । ଦିନିକିଆ ସିରିଜ ପରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟି-୨୦ ସିରିଜ ଆରମ୍ଭ ହେବ । ଅଗଷ୍ଟ ୨୬ରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ ୨୯ ଓ ତୃତୀୟ ମ୍ୟାଚ୍ ୩୧ ଅଗଷ୍ଟରେ ଖେଳାଯିବ । ଗତ ସିଜିନ୍ରେ ବାଂଲାଦେଶରେ ହାରିଥିଲା ଭାରତ । ଭାରତୀୟ କ୍ରିକେଟ ଟିମ୍ ଶେଷଥର ୨୦୨୨-୨୩ରେ ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ୍ ଖେଳିଥିଲା । ବାଂଲାଦେଶ ୨-୧ରେ ସିରିଜ ଜିତିଥିଲା । ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ରଥମ ଦୁଇଟି ମ୍ୟାଚ୍ ହାରିଥିଲା । ଟି-୨୦ ସିରିଜରେ କଥା କହିଲେ ଦୁଇଟି ଯାକ ସିରିଜ ଭାରତ ଜିତିଥିଲା । ବର୍ତ୍ତମାନ ଭାରତୀୟ କ୍ରିକେଟର ଆଇପିଏଲ ୨୦୨୫ରେ ଅଲଗା ଅଲଗା ଦଳରେ ଖେଳୁଛନ୍ତି । ଏହା ସରିବା ପରେ ଭାରତୀୟ କ୍ରିକେଟ ଟିମ୍ ଇଂଲଣ୍ଡ ଗସ୍ତ କରିବ । ସେଠାରେ ୨୦ ଜୁନ୍ରୁ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ସିରିଜର ଶେଷ ଟେଷ୍ଟ ୩୧ ଜୁଲାଇରୁ ୪ ଅଗଷ୍ଟ ଯାଏଁ ଖେଳାଯିବ ।