ପଣ୍ଡିତ ଶଶିକାନ୍ତ ଉପାଧ୍ୟୟଙ୍କୁ କଳା ବିଭୂଷଣ ସମ୍ମାନ

 ବ୍ୟାସନଗର : ପୌରାଞ୍ଚଳ ଭଟିଆ ଗ୍ରାମର ପଣ୍ଡିତ ଶଶିକାନ୍ତ ଉପାଧ୍ୟୟଙ୍କୁ କୋଲକତାରେ କଳା ବିଭୁଷଣ ସମ୍ମାନରେ ସମ୍ମାନିତ କରାଯାଇଛି । କଳା ସଂସ୍କୃତି, ସାହିତ୍ୟ, ସଙ୍ଗୀତ ଓ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖୁଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରିବାକୁ ସର୍ବଭାରତୀୟ ସଂସ୍କୃତି ଉନ୍ନୟନ ସଂସ୍ଥା ପକ୍ଷରୁ କୋଲକତାର ଆଇସିସିଆର ଭବନ ଠାରେ ସମ୍ବର୍ଦ୍ଧନା ଉସôବ ଆୟୋଜିତ ହୋଇଥିଲା । ଅନ୍ତର୍ଜାତୀୟ ‘ମହାମାୟା’ -୨୦୨୫ ଅବସରରେ ଶଶିକାନ୍ତଙ୍କୁ କଳା ବିଭୁଷଣ ସମ୍ମାନରେ ସମ୍ମାନିତ ପୂର୍ବକ ମାନପତ୍ର ଓ ଉପଢୈାକନ ପ୍ରଦାନ  କରାଯାଇଥିଲା । କାର୍ଯ୍ୟକ୍ରମରେ କଲଚର ଡେଭଲପମେଣ୍ଟ ଫାଉଣ୍ଡେସନର ଅଧ୍ୟକ୍ଷ ଡ. ଷ୍ଟାଲିନ ପରିଜା, ଆନ୍ତର୍ଜାତୀୟ ନୃତ୍ୟ ପରିଷଦ ସଭ୍ୟ ଡ଼, ଉପେନ୍ଦ୍ର ଶର୍ମା,ସର୍ବଭାରତୀୟ ଆର୍ଟ ଆଣ୍ଡ କଲଚର ଫାଉଣ୍ଡେସନର ସଭାପତି ଚୈତନ୍ୟ ପାଇକ, ଉପସଭାପତି ଅର୍ପିତା ଚାଟାର୍ଜୀ, ସହସମ୍ପାଦକ ତୁଷାରକାନ୍ତ ବେହେରା, ରବୀନ୍ଦ୍ର ଭାରତୀ ବିଶ୍ୱ ବିଦ୍ୟାଳୟ ପ୍ରଫେସର ବାବୁ ମାନ୍ନା ପ୍ରମୁଖ ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଭାଙ୍କୁ ସମ୍ମାନିତ କରିଥିଲେ ।