ଟାଉନସିପରୁ ବାଣ ଜବତ

 କାଳିଆପାଣି : କାଳିଆପାଣି ଥାନା ଅନ୍ତର୍ଗତ ଟାଉନସିପ ପରିଷର ମଧ୍ୟରେ ଥିବା ମନ୍ଦୀର ସାମ୍ନାରେ ଥିବା ଏକ ଦୋକାନରୁ ଅନେକ ଗୁଡିଏ ଅଫୁଟା ବାଣ ଜବଦ ହୋଇଛି । ଆଜି ଭୋର ସକାଳୁ କାଳିଆପାଣି ପୁଲିସ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଦୋକାନରୁ ଏହି ବାଣ ଗୁଡିକୁ ଜବଦ କରିଛି । କାଳିଆପାଣି ଥାନାର ଭାରପ୍ରାପ୍ତ ଅଧିକାରୀ ଶିବ ଚରଣ ବେହେରାଙ୍କ ନେତୃତ୍ୱରେ ଉକ୍ତ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା । କାଳିଆପାଣି ପୁଲିସ ୧୦୮/୨୫ରେ ଏକ କେସ୍ ରୁଜ୍ଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଥାଉକି ଟାଉନସିପ ଭିତରେ ଥିବା ଉକ୍ତ ଦୋକାନୀ ଜଣକ ଅନେକ ବର୍ଷଧରି ଅବୈଧ ରୂପେ ବାଣ ବେପାର କରିଆସୁଥିଲେ ସୁଦ୍ଧା ଓଡିଶା ଖଣି ନିଗମ ସୁରକ୍ଷା କର୍ମୀ ଏହାର ଟେର ପାଉନଥିଲେ । ଖଣି ନିଗମ ପରିଷର ମଧ୍ୟରେ ଥିବା ଓଆଇଏସଏଫ କିମ୍ବା ଖଣି ନିଗମର ନିଜସ୍ୱ ସୁରକ୍ଷା ବାହିନୀ ଏହାକୁ ଧରିବାରେ ପ୍ରିୟାପ୍ରିତି ନିତି ଅବଲମ୍ବନ କରିଥିବା ଜଣାପଡିଛି ।