ପଦାରେ ପଡିଲା ହିଞ୍ଜିଳି କଂଗ୍ରେସ କନ୍ଦଳ : ୨ ପୃଥକ ଗୋଷ୍ଠୀ ପକ୍ଷରୁ ମଶାଲ ଶୋଭାଯାତ୍ରା
ହିଞ୍ଜିଳିକାଟୁ : ରାଜ୍ୟ ବିଜେପି ଶାସନାଧୀନ ସମୟରେ ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି । ନାରୀଙ୍କୁ ସମ୍ମାନ ଓ ନ୍ୟାୟ ପ୍ରଦାନ ପ୍ରଦାନ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ଏନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିଦେ୍ର୍ଦଶରେ ରାଜ୍ୟର ସମସ୍ତ ବ୍ଳକ, ମହାନଗର ନିଗମ ସମେତ ପୈାର ପରିଷଦ ଓ ଏନଏସିରେ ଦଳ ପକ୍ଷରୁ ମଶାଲ ଶୋଭାଯାତ୍ରା ପାଳନ କରାଯାଇଛି ।
ମଙ୍ଗଳବାର ସନ୍ଧ୍ୟାରେ ହିଞ୍ଜିଳି କଂଗ୍ରେସ ପକ୍ଷରୁ ୨ ପୃଥକ ଗୋଷ୍ଠୀ ପକ୍ଷରୁ ପୃଥକ ପୃଥକ ଭାବେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ହିଞ୍ଜିଳି ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢିଙ୍କ ନେତୃତ୍ୱରେ ବହୁ କର୍ମୀ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ଶିଶୁଉଦ୍ୟାନ ପରିସରରୁ ଏକ ଏକ ମଶାଲ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । ଅନୁରୂପ ଭାବେ ପୂର୍ବତନ ହିଞ୍ଜିଳି ବ୍ଳକ କଂଗ୍ରେସ ସଭାପତି ଶିବରାମ ପ୍ରଧାନଙ୍କ ନେତୃତ୍ୱରେ ଦଳୀୟ କର୍ମୀ ମାନେ ସ୍ଥାନୀୟ ପୈାରାଞ୍ଚଳ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଏକ ମଶାଲ ଶୋଭାଯାତ୍ରାରେ ବାହାରି ପରିବା ବଜାର ନିକଟରେ ପହଞ୍ଚି ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ହିଞ୍ଜିଳି କଂଗ୍ରେସ ପକ୍ଷରୁ ପୃଥକ ମଶାଲ ଶୋଭାଯାତ୍ରା ପାଳନ କରାଯାଇଥିବାରୁ ଦଳୀୟ ଗୋଷ୍ଠୀ କନ୍ଦଳ ପଦାରେ ପଡିଛି । ଏଥିସହ ଲୋକେ କଂଗ୍ରେସର ଏହା ପୁରୁଣା ପରମ୍ପରା ଏହା କେବେ ବନ୍ଦ ହେବନୀ ବୋଲି ସ୍ଥାନୀୟ ଲୋକେ କହୁଥିବା ଦେଖିବାକୁ ମିଳିଥିଲା ଏହାକୁ ସମାଧାନ କରି ଏକଜୁଟ ନହେଲେ ଦଳ ଆଗକୁ ବଢିପାରିବନୀ ବୋଲି ବୃଦ୍ଧି ଜୀବୀ ମହଲରେ ଆଲୋଚନା ହେଉଛି ।