ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ
ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡା : କେନ୍ଦ୍ରାପଡାର ଗଣପର୍ବ ମା’ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ସମୟରେ କେନ୍ଦ୍ରାପଡା ପୈାରପାଳିକା ଟାଉନ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧୃବ ଚରଣ ସାହୁ, ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦ୍ରାପଡା ଲୋକସଭା ସାଂସଦଙ୍କ ପ୍ରତିନିଧି ସଲିମ ଖାନ, ପୈାରାଧ୍ୟକ୍ଷା ସରିତା ସାହୁ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ନିଲୁ ମହାପାତ୍ର, ଉପ ଜିଲ୍ଲପାଳ ରବିନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ମା’ ଗଜଲକ୍ଷ୍ମୀ ପୂଜା ଆୟୋଜକ ନିମନ୍ତେ ଉପସ୍ଥିତ ଶାନ୍ତି କମିଟିର ସଭାପତି, ସଂପାଦକ, ଉପ ସଭାପତି ଓ ମେଢର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଉପ ଜିଲ୍ଲପାଳ ଶ୍ରୀ ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଶାନ୍ତି ଶୃଙ୍ଖଳା ସହିତ ମା’ ଗଜଲକ୍ଷ୍ମୀ ପୂଜା ଓ ଭସାଣୀ ଉସôବ ଆୟୋଜନ ନିମନ୍ତେ ଉପସ୍ଥିତ ଶାନ୍ତି କମିଟିର ସଭାପତି, ସଂପାଦକ, ଉପ ସଭାପତି, ମେଢର କର୍ମକର୍ତା ମାନଙ୍କୁ ଅନୁରୋଧ କରିଥିଲେ । ପୂଜା କମିଟି ମାନେ ଯେପରି ସହଜରେ ଅନୁମତି ପତ୍ର ପାଇବେ ସେ ଦିଗରେ ଯତ୍ନବାନ ହେବାକୁ ଉପ ଜିଲ୍ଲାପାଳ ଅଗ୍ନିଶମ ଓ ବିଦୁ୍ୟତ୍ ବିଭାଗ କୁ ସମସ୍ତ ପ୍ରକାର ସହଯୋଗ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରତିଶୃତି ବଦ୍ଧ ବୋଲି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ପୂଜା ପୂର୍ବରୁ ରାସ୍ତାଘାଟ, ଡ୍ରେନ ମରାମତି କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦିଆଯାଇଛି । ରାତି ୧୦ ଘଟିକା ପର୍ଯ୍ୟନ୍ତ ମାଇକ ବଜାଇବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ମେଢ କର୍ମକର୍ତା ଓ ପୂଜା କମିଟି ସଦସ୍ୟ ମାନେ ଭସାଣୀ ଓ ମେଲଣ ଦିନ ରାତି ୧୨ଟା ପର୍ଯ୍ୟନ୍ତ ମାଇକ ବଜାଇବା ପାଇଁ ଗୃହ ବିଭାଗ ଠାରୁ ଅନୁମତି ଆଣିବେ ।