ଓଳାଶୁଣି ଗୁମ୍ଫା ଉନ୍ନୟନ ପରିଷଦର ପ୍ରସ୍ତୁତି ବୈଠକ
ବାଲିକୁଦା: ଶନିବାର ଓଳାଶୁଣୀ ଗୁମ୍ପାମେଳା ପାଇଁ ପ୍ରସ୍ତୁତି ବୈଠକ ପାହାଡ଼ର ଶୀର୍ଷଦେଶରେ ଥିବା ଗଣେଶ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଳାଶୁଣୀ ମଠର ମଠାଧୀସ ମହନ୍ତ ଡ଼ଃ.ନାମାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ସ୍ୱର୍ଗତ ମହନ୍ତ ପର୍ଶୁରାମ ଦାସଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଜାନୁଆରୀ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଳାଶୁଣୀ ଗୁମ୍ପାମେଳା ନିମିତ୍ତ ସମସ୍ତଙ୍କର ସହଯୋଗ କାମନା କରାଯାଇଥିଲା । ଏଥି ନିମନ୍ତେ ଯାଜପୁର ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତି ବୈଠକ କରିବା ପାଇଁ ଉନ୍ନୟନ ପରିଷଦ ପକ୍ଷରୁ ପତ୍ର ପ୍ରେରଣ କରାଯିବ ବୋଲି ସର୍ବସମ୍ମତି କ୍ରମେ ସ୍ଥିର ହୋଇଥିଲା । ଦୀର୍ଘଦିନ ହେବ ସମ୍ପାଦକ ପଦବୀ ଖାଲିପଡ଼ିଥିବାରୁ ତୁରନ୍ତ ସର୍ବସମ୍ମତି କ୍ରମେ ସ୍ଥାୟୀ ସମ୍ପାଦକ ନିଯୁକ୍ତି କରିବାକୁ ମତପ୍ରକାଶ ପାଇଥିଲା । ଚଳିତ ବର୍ଷ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ୧୮୮ତମ ବ୍ରହ୍ମଲୀନ ଦିବସ ମାଘମାସ କୃଷ୍ଣପକ୍ଷ ଏକାଦଶୀ ତିଥି ଜାନୁଆରୀ ୨୫ ତାରିଖରେ ମେଳା ଆରମ୍ଭ ହେବ । ବୈଠକରେ ଅଶୋକ କୁମାର ସାମଲ, ପ୍ରାକ୍ତନ ସମିତି ସଭ୍ୟ ଦିଲ୍ଲୀପ କୁମାର ସାମଲ, ରୁଦ୍ରନାରାୟଣ ସିଂହ, ଶ୍ୟାମସୁନ୍ଦର ମହାରଣା, ବାଜ କିଶୋର ମହାରଣା, ଦେବାଶିଷ ସିଂହ, ଶରତ କୁମାର ସିଂହ, ଅମୂଲ୍ୟ କୁମାର ସିଂହ, ଉମେଶ ଚନ୍ଦ୍ର ସାମଲ, ପ୍ରଫୁଲ୍ଲ କୁମାର ପଣ୍ଡା, ବିକ୍ରମ କେଶରୀ ପ୍ରଧାନ, ନୀଳମାଧବ ସାମଲ, ରତିକାନ୍ତ ସାମଲ, ଅଲେଖ ସାମଲ, ଅନିଲ କୁମାର ଭୂୟାଁ, ନିଶିକାନ୍ତ ସାମଲ, କାହ୍ନୁ ଚରଣ ଦାସ, ଯଯାତି ସିଂହ, ମହେନ୍ଦ୍ର କୁମାର ରଣସିଂହ, ପଦ୍ମଲାଭ ସିଂହ, ବିଭୁତିଭୁଷଣ ସାମଲ, ଲଳିତଗିରି ସରପଞ୍ଚ ବଳରାମ ବେହେରା, ସମିତି ସଭ୍ୟ ଧୃବ ଚରଣ ସାମଲ, ବୈନେତୟ ଦାସ ପ୍ରମୁଖ ଯୋଗ ଦେଇଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
