ସୁଜାତାଙ୍କ ପାଖରେ ବି ଫେଲ୍ ମାରିଲେ ଗୌତମ...
ଯାଜପୁର ଜିଲାରେ ବିଜେଡି ବିଜୟୀ ହୋଇଥିବା ୩ଟି ବିଧାନସଭା ମଧ୍ୟରୁ ଯାଜପୁର ଅନ୍ୟତମ । ଏଠାରେ ଗତ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରଣବ ପ୍ରକାଶ ଦାସ ସମ୍ବଲପୁରରୁ ସାଂସଦ ଭାବରେ ପ୍ରାର୍ଥି ହେବାପରେ ଏହି ଆସନରେ ତାଙ୍କର ଦୃଢ ସମର୍ଥକ ସୁଜାତା ସାହୁଙ୍କୁ ଦଳ ଚୟନ କରିଥିଲା । ଜଣେ ଏସଏଚ୍ଜି ମହିଳା ଭାବରେ ସୁଜାତାଙ୍କୁ ପରୀକ୍ଷାମୂଳକ ଭାବରେ ବିଜେଡି ପ୍ରାର୍ଥି କରି ବିଜୟୀ କରାଇଥିଲା । ବବିଙ୍କ ଲୋକପ୍ରିୟତା ଆଉ ଯାଜପୁରର ବିକାଶକୁ ବିଜେଡି ପ୍ରସଙ୍ଗ କରିଥିବା ବେଳେ ବିଜେପିର ଜିଲା ସଭାପତି ଗୋ÷÷ତମ ରାୟ ବିଜେଡିକୁ କଡ୍ଡା ଟକ୍କର ଦେଇଥିଲେସତ ହେଲେ ପରିକ୍ଷାରେ କିନ୍ତୁ ଫେଲ ହୋଇଗଲେ । ସୁଜାତା ବିଜୟୀ ହୋଇଥିଲେ ସତ ହେଲେ ଗୋ÷÷ତମଙ୍କ ପ୍ରଭାବରେ ଏବେ ଯାଜପୁରରେ ବିଜେଡି ବିଜୟୀ ହୋଇ ମଧ୍ୟ କ୍ଷମତାର ସ୍ୱାଦ ଚାଖିବାରେ ବେଶ୍ ଅସୁବିଧା ସାମ୍ନା କରୁଛି । ଏହା ମଧ୍ୟରେ ବବି ନିଜର ସାଙ୍ଗଠନିକ କାର୍ଯ୍ୟକଳାପକୁ ବ୍ୟାପକ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ କିପରି ଦଳ କମ୍ବ୍ୟାକ କରିବ ସେଥିପାଇଁ ଅହରହ ଲାଗି ପଡିଛନ୍ତି । ତେବେ ବର୍ଷ ୨୦୨୪ର ଶେଷ ବେଳକୁ ବବିଙ୍କ ସାନଭାଇ ଲଲଙ୍କୁ ଜେଲ ଯିବା ଥିଲା ଯାଜପୁର ନିର୍ବାଚନ ମଣ୍ଡଳୀ ପାଇଁ ସବୁଠାରୁ ବଡ଼ ଘଟଣା । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ବିଜେଡି ସମର୍ଥକଙ୍କ ଆକ୍ରମଣ ଆଉ ଏହି ମାମାଲରେ ଲଲଙ୍କ ପରୋକ୍ଷ ସମ୍ପୃକ୍ତିକୁ ଆଳକରି ତାଙ୍କୁ ଜେଲଯିବା ପୁରା ଯାଜପୁର ବାସୀଙ୍କୁ ଚକିତ କରିଥିଲା । ଯଦିଓ ବିରଜା ପରିକ୍ରମା ପ୍ରକଳ୍ପ ଆଉ ବିରଜା ହାଟର ସମସ୍ୟା କିଛିଟା ଜିଲା ପ୍ରାଶାସନ ମାଧ୍ୟମରେ ସମାଧାନ ହୋଇଛି ହେଲେ ୨୦୨୪ରେ ପୋତା ଯାଇଥିବା ଅସନ୍ତୋଷର ମଞ୍ଜି ୨୦୨୫ କେଉଁ ରୂପ ନେଉଛି ତାହା ଉପରେ ସମସ୍ତଙ୍କ ରହିବ ନଜର ।