ପଳାଶୁଣୀ ଶୁଖିଲା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟ

 ଭୁବନେଶ୍ୱର  : ପଳାଶୁଣୀସ୍ଥିତ ଶୁଖିଲା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ରକଳ୍ପର ଉଦଘାଟନ କରାଯାଇଛି  । ଆଜି ସୈନିକ ସ୍କୁଲ ବଞ୍ଚାଅ ଓ ଅଳିଆ ଗଦା ହଟାଅ ଅଭିଯାନର କର୍ମକର୍ତ୍ତାଙ୍କ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଭିଯାନର ବରିଷ୍ଠ କର୍ମକର୍ତ୍ତା ତଥା ଭୁବନେଶ୍ୱର ଉନ୍ନୟନ ପରିଷଦ ସଭାପତି ବାସୁଦେବ ଭଟ୍ଟ, ପ୍ରତାପ ରାଉତରାୟ, ଚିନ୍ତାମଣି ବାରିକ, ଦିଲୀପ ଦାସଶର୍ମା, ଅଶୋକ ପାଇକରାୟ, ପ୍ରସନ୍ନ ବିଶୋଇ, ରିଙ୍କୁ ସାମନ୍ତରାୟ, ଅଶୋକ ପାଲଟାସିଂହ, ଆବାହକ ଭିକ୍ଷାକାରି ତ୍ରିପାଠୀ, ପ୍ରଦୀପ ପରିଡା, ଗୋବିନ୍ଦ ବେହେରା, ଯୋଗୀ ମହାରଣା, ନିରୁପମା ପାତ୍ର, ଶଙ୍କର୍ଷଣ ବାରିଜ, ନିମେଇ ଚରଣ ଦାସ, ସଞ୍ଜୟ ମଲ୍ଲିକ, ତାପସ ଦାସ, ଭୀମସେନ ଜେନା, ସୁବ୍ରତ ସାହୁ, ମେଘନା ମିଶ୍ର, ଦୀନବନ୍ଧୁ ଦାସ ଗୁରୁ, ଧାଇଁଆ ବାବୁ, ପ୍ରତାପ ସାହୁ, ରଶ୍ମିତା ସାହୁ, ସତ୍ୟବ୍ରତ ମହାନ୍ତି, ନରେନ୍ଦ୍ର ବିଶ୍ୱାଳ, ପରମ ମାଣିକ ଓ ୫୦୦ରୁ ଊଦ୍ଧ୍ୱର୍ ସାଧାରଣ ଲୋକ ପଳାଶୁଣୀ ଠାରେ ପୂଜା କରିବା ସହ ନଡ଼ିଆ ବାଡେଇ ଉଦଘାଟନ କରିଛନ୍ତି । 
ପ୍ରକାଶ ଥାଉ କି ଭୁବନେଶ୍ୱର ସହରର ଦୈନିକ ପ୍ରାୟ ୩୫୦ ମେଟ୍ରିକ ଟନ ଶୁଖିଲା ଓ କଞ୍ଚା ଅଳିଆ ସୈନିକ ସ୍କୁଲ ଅଳିଆ ଗଦାକୁ ଯାଉଛି । ସେଥିପାଇଁ ସେହି ଅଞ୍ଚଳରେ ପ୍ରାୟ ଦଶ କିମି ପରିଧିରେ ଦୁର୍ଗନ୍ଧ ସହ ଲୋକଙ୍କ ପାଇଁ ବଞ୍ଚôବା ଦୁର୍ବିସହ ହୋଇ ପଡିଛି ।  ସମସ୍ତ ଶୁଖିଲା ବର୍ଯ୍ୟବସ୍ତୁର ପ୍ରକ୍ରିୟାକରଣ ସହ ସହରବାସୀଙ୍କୁ ଆବର୍ଜନା ଜନିତ କଷ୍ଟରୁ ମୁକ୍ତି ଦେବାକୁ ପଳାଶୁଣୀ ଠାରେ ବୃହତ ଶୁଖିଲା ଅଳିଆ ପ୍ରକ୍ରିୟା କରଣ ପ୍ରକଳ୍ପ ସ୍ଥାପନ ଆଠ ମାସ ତଳୁ ସମ୍ପୂର୍ଣ କରାଯାଇଛି । ଆଠ ମାସ ହେଲା ଏହି ପ୍ରକଳ୍ପ ସମ୍ପୂର୍ଣ କାର୍ଯ୍ୟକ୍ଷମ ଉପଯୋଗୀ ହୋଇ ସାରିଛି ।  ସମସ୍ତ ମେସିନ ସ୍ଥାପନ ସହ ସବୁ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଛି, ମାତ୍ର ସରକାରଙ୍କ ଅବହେଳା ପାଇଁ ଉଦଘାଟନ ହୋଇପାରିନାହିଁ  । ତେଣୁ ଆଜି ଲୋକଙ୍କ ଦ୍ୱାରା ଶୁଭ ଉଦଘାଟନ କରି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସରକାରଙ୍କ ନିକଟରେ ଚାପ ପ୍ରୟୋଗ କରିଛି ସୈନିକ ସ୍କୁଲ ବଞ୍ଚାଅ ଓ ଅଳିଆଗଦା ହଟାଓ ଅଭିଯାନ । ସୈନିକ ସ୍କୁଲ ଅଳିଆଗଦାରୁ ୧୫୦ ମେଟ୍ରିକ ଟନ ବା ସବୁ ଶୁଖିଲା ଅଳିଆ ପଳାଶୁଣୀ ଆଣନ୍ତୁ, ପ୍ରୋସେସିଂ କରାନ୍ତୁ ନଚେତ ଅଭିଯାନ ଆସନ୍ତା ମଙ୍ଗଳବାର ଦିନ ସୈନିକ ସ୍କୁଲ ଅଳିଆଗଦାକୁ ଗୋଟିଏ ଗାଡି ଭିତରକୁ ଛାଡିବ ନାହିଁ ବୋଲି ଅଭିଯାନର ବରିଷ୍ଠ ସଦସ୍ୟ ଓ ଭୁବନେଶ୍ୱର ଉନ୍ନୟନ ପରିଷଦ ସଭାପତି ବାସୁଦେବ ଭଟ୍ଟ ଗଣମାଧ୍ୟମକୁ କହିଛନ୍ତି । ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଗଡ଼କଣ ଅଳିଆଗଦାରୁ ପ୍ରାୟ ୫୦% ଅଳିଆ କମିଯିବ । ଫଳରେ ଭୁବନେଶ୍ୱରର ଅଧା ଅଞ୍ଚଳର ମୌଳିକ ସମସ୍ୟା ଲାଘବ ହେବ । ବର୍ଷାଦିନ ଆସୁଛି ଯଦି ଏବେ କାର୍ଯ୍ୟକ୍ଷମ କରିବେ ତାହେଲେ ଏହା ଭୁବନେଶ୍ୱର ପାଇଁ ଏକ ବଡ଼ ସମସ୍ୟା ହୋଇପାରେ ଯାହାର ଭରଣା କରିବା ସମ୍ଭବ ନୁହେଁ ବୋଲି ଆବାହକ ଭିକ୍ଷାକରି ତ୍ରିପାଠୀ, ମୁଖପାତ୍ର ପ୍ରସନ୍ନ ବିଷୋୟୀ କହିଛନ୍ତି । ଉପରୋକ୍ତ ଉଦଘାଟନ ଓଡିଶାକୁ ଆସନ୍ତା ଦିନରେ ଏକ ନୂଆ ବାର୍ତ୍ତା ଦେବ । ଜନସାଧାରଣ ଏହାକୁ ନିଜେ ଉଦଘାଟନ କଲେ ଲୋକଙ୍କ ସରକାର ଖୁସି ହେବାସହ ଅର୍ଥ ବଞ୍ଚେଇ ପାରିବେ ବୋଲି ଅଭିଯାନ ସଦଶ୍ୟ ଅଶୋକ ପାଇକରାୟ, ଦିଲୀପ ଦାଶଶର୍ମା, ଚିନ୍ତାମଣି ବାରିକ ଓ ଅଶୋକ ପାଲଟାସିଂ କହିଛନ୍ତି ।