ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କେସିଙ୍ଗା ମୁସଲମାନ ସମାଜର ବିରୋଧ

କେସିଙ୍ଗା : କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ କେସିଙ୍ଗା ମୁସଲମାନ ସମାଜ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାବି କରି ସ୍ଥାନୀୟ ମସ୍‌ଜିଦ୍‌ଠାରେ ସଭାପତି ଜାକିର ହୁସେନଙ୍କ ନେତୃତ୍ୱରେ ଶୁକ୍ରବାର ଏକ ଦୋହା କରି କଳା ପଟି ବାନ୍ଧି ମୃତ ପର୍ଯ୍ୟଟକଙ୍କ ଆତ୍ମାର ସଦ୍‌ଗତି ପାଇଁ ପାର୍ଥନା କରିଥିଲେ। ଉକ୍ତ ସମାଜ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରି ଯେଉଁଭଳି ହତ୍ୟା କରାଯାଇଛି, ସେହି ଦୋଷୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ଫାଶୀ ଦଣ୍ଡ ଦେବା ସହ କଠୋର ଦଣ୍ଡ ଦେବା ପାଇଁ ନିବେଦନ କରିଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଖାତିର ନ କରି ମୁସ୍‌ଲିମ ସମାଜ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଶ୍ମୀରରେ ମୃତ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଆଗାମୀ ଦିନରେ ଯଦି ଏଭଳି ଆକ୍ରମଣ କରାଯାଏ, ତେବେ କେସିଙ୍ଗା ମୁସଲମାନ ସମାଜ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବ ବୋଲି ସମାଜର ସଭାପତି ଜାକିର ହୁସେନ ଦୃଢ଼ତା ସହ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁସଲମାନ ସମାଜର ସମ୍ପାଦକ ଅବଦୁଲ ହମ୍ମିଦ,ଡା. ଏହେଁସାନ ଖାନ, ଅନୁ ହୁସେନ,ଛୋଟୁ ଖାନ,ମହମ୍ମଦ ଆୟୁବ ଖାନ ପ୍ରମୁଖ ସମାଜ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ସମସ୍ତ ମହିଳା, ଯୁବତୀ,ଯୁବକ, ଗୋଷ୍ଠୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆତଙ୍କବାଦୀ ବିରୋଧୀ ସ୍ବର ଉତ୍ତୋଳନ କରି ମୃତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି  ।