ଆକ୍ସନ ମୋଡରେ ସରକାର ; ଓଡ଼ିଶାରେ ପାକିସ୍ତାନୀ ଆଲର୍ଟ
ଭୁବନେଶ୍ୱର : ପହଲଗାମ ଘଟଣା ସାରା ବିଶ୍ୱରେ ଚହଳ ପଡିଛି । ଏଥିରେ ୨୬ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣା ପରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଏହି ଆକ୍ରମଣର ଦାୟିତ୍ୱ ପାକିସ୍ତାନ ଆଧାରିତ ‘ଦି ରେସିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ)’, ଲସ୍କର-ଏ-ତୋଇବାର ଏକ ଶାଖା ନେଇଥିବା ବେଳେ, ପାକିସ୍ତାନ ସେନା ନିକଟରେ ଜମ୍ମୁ ଓ କଶ୍ମୀରର ବିଭିନ୍ନ ଅଞ୍ଚଳରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଗୁଳିମାଡ଼ ଆରମ୍ଭ କରିଛି । ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଛି।
ପହଲଗାମ ଆତଙ୍କବାଦୀ ଘଟଣାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଉକ୍ତ ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପାକ ନାଗରିକଙ୍କ ଭିଜା ବନ୍ଦ କରିବାକୁ ଶାହା ନିର୍ଦ୍ଦେଶ ଦେଇଛନ୍ତି । ନିଜ ରାଜ୍ୟରେ ଥିବା ପାକ୍ ନାଗରିକଙ୍କୁ ଚିହ୍ନଟ କରି ତାଙ୍କର ଭିଜା ବନ୍ଦ କରି ତୁରନ୍ତ ରାଜ୍ୟରୁ ବନ୍ଦ କରିବାକୁ ଶାହା ନିର୍ଦ୍ଦେଶ ଦେଇଛନ୍ତି । ଏହାରି ଭିତରେ ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ରହିଛନ୍ତି ବୋଲି ସୂଚନା ମିଳିଛି। ଦୀର୍ଘକାଳୀନ ଭିସାରେ ରାଜ୍ୟରେ ୧୨ ଜଣ ପାକିସ୍ତାନୀ ଅଚନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ସେମାନଙ୍କୁ ବିଦା କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଭାରତ ଛାଡ଼ ନୋଟିସ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।