ପହେଲଗାମ୍ ମୃତକଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା


 ଖଇରା:  ପହେଲଗାମ୍ରେ ଆତଙ୍କବାଦୀ ଆକ୍ରମଣରେ ନିହତ ୨୬ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଉଦେ୍ଦଶ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଖଇରା କଲେଜ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ନିଦେ୍ର୍ଦଶକ୍ରମେ ଏନ୍ସିସି ମୁଖ୍ୟ ଲେଫ୍ଟନାଣ୍ଟ ଡଃ ଉଦୟ ରଜନ ଦାସଙ୍କ ନେତୃତ୍ୱରେ ଆୟୋଜିତ ନୀରବ ଶୋଭାଯାତ୍ରାରେ ଶତାଧିକ ଛାତ୍ରଛାତ୍ରୀ ଖଇରା କଲେଜଛକରୁ ବାହାରି ବ୍ଲକ ଛକ ପର୍ଯ୍ୟନ୍ତ ଯାଇଥିଲେ । କଲେଜର ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସେହିଭଳି ଗରସଙ୍ଗ ଦୁଗାମଣ୍ଡପ ନିକଟରେ ପଞ୍ଚାୟତର ବୁଦ୍ଧିଜୀବୀ, ଯୁବସମାଜ, ଶିକ୍ଷାବିତ୍ଙ୍କମାନଙ୍କ ଦ୍ୱାରା ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ  ହୋଇଯାଇଛି । ଏଥିରେ ଗ୍ରାମର ନାରାୟଣ ମହାନ୍ତି, ସୁଶାନ୍ତ ଉପାଧ୍ୟାୟ, ନରେନ୍ଦ୍ର ମହାନ୍ତି, ମଦନ ମହାପାତ୍ର, ଶିବ ପ୍ରସାଦ ବଳ, ମାୟାଧର ମହାପାତ୍ର, ମନୋରଞ୍ଜନ ଘୋଷ, କୃଷ୍ଣଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ବେତନଟୀ : ବେତନଟୀ ରୋଟାରୀ କ୍ଲବ ଆନୁକୂଲ୍ୟରେ ପହେଲାଗାମ ମୃତକଙ୍କ ଉଦେ୍ଦଶ୍ୟରେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଭାପତି ଭଗିରଥ ପଣ୍ଡିତଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାଶ୍ମୀର ପେହେଲାଗାମ୍ରେ ଆତଙ୍କବାଦୀଙ୍କ ଘୃଣ୍ୟ କାର୍ଯ୍ୟ ତଥା ଅମାନୁଷିକତା ସୀମା ଉଲଂଘନ କରିବା ଦ୍ୱାରା ସେମାନଙ୍କ ଗୁଳିମାଡ଼ରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ପ୍ରାଣହାନୀ ହୋଇଥିଲା । ଉକ୍ତ ମୃତ ବ୍ୟକ୍ତିମାନଙ୍କ ନିମନ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସେମାନଙ୍କ ଆତ୍ମାର ସଦଗତି କାମନା କରିବା ସହ ନିରବ ପ୍ରାର୍ଥନା କରାଯାଇଥିଲା । ଅମର ରହେ ନାରାରେ ବେତନଟୀ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ରୋଟାରୀଆନମାନେ ଯୋଗଦାନ କରିଥିଲେ ।
ବାଲେଶ୍ୱର : ଜାମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକ ନିହତ ହୋଇଛନ୍ତି । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ବାଲେଶ୍ୱର ସାରାଗାଁର ପ୍ରଶାନ୍ତ ଶତପଥୀ ମଧ୍ୟ ଏହି ମର୍ମାନ୍ତୁଦ ହତ୍ୟାର ଶିକାର ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିଦେ୍ର୍ଦଶରେ ଅମର ଆତ୍ମାଙ୍କ ସଦଗତି ନିମନ୍ତେ ଓ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରି ଏକ ମହମବତୀ ଶୋଭାଯାତ୍ରା ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ନେତୃତ୍ୱରେ ଷ୍ଟେସନ ଛକରୁ ବାହାରି ଫକୀର ମୋହନ ଗୋଳେଇ ପର୍ଯ୍ୟନ୍ତ ଯାଇଥିଲା । ଏହି ଶୋଭାଯାତ୍ରାରେ କେନ୍ଦ୍ର ସରକାରଙ୍କୁ ତୁରନ୍ତ କଠୋର ପଦକ୍ଷେପ ଗ୍ରହଣ କରି ଆତଙ୍କବାଦୀମାନଙ୍କୁ ଉଚିତ ଶାସ୍ତି ଦେଇ ଦିବଂଗତ ବ୍ୟକ୍ତିମାନଙ୍କ ପ୍ରତି ନ୍ୟାୟ କରିବାକୁ ଅନୁରୋଧ କରାଯିବା ସହ ଭାରତ ମାଟିରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକସ୍ତାନ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା । ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଜିଲ୍ଲା ଉପସଭାପତି ଗୋପୀନାଥ ପାଢ଼ୀ, ଯୁବନେତା ସରୋଜ ଲେଙ୍କା, ଜିଲ୍ଲା କଂଗ୍ରେସ ମୁଖପାତ୍ର ସୁଧାଂଶୁ ଜେନା, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ନାରୀ ନେତ୍ରୀ ଜ୍ୟୋସ୍ନା ସେନାପତି, ସଂଯୁକ୍ତା ମିଶ୍ର, କୁମୁଦିନୀ ଦାସ, ଉର୍ମିଳା ମାଝୀ, ବାସନ୍ତୀ ନାୟକ, ହେମଲତା ଦାସ, ଜୟକୃଷ୍ଣ ବେହେରା, ତରୁଣ ଦାସ, କୃଷଗୋପାଳ ପଣ୍ଡା,ଶ୍ରୀକାନ୍ତ ବାଗୁଡେଇ, ଦେବଦତ୍ତ ଦାସ, ତୃଷାର କାନ୍ତି ତପସ୍ୱୀ, ଜୀବନ ମହାପାତ୍ର, ଜଗନ୍ନାଥ ମହାପାତ୍ର, ନିରଞ୍ଜନ ବେହେରା, ନିରଞ୍ଜନ ନାୟକ, ଜୟନ୍ତ ମହାପାତ୍ର, ଅରୁଣ ମଣ୍ଡଳ, କେଶବ ନାୟକ, ମଦନ ଭକ୍ତା, ଅଜଗର ଅଲି, କନ ବେହେରା ପ୍ରମୁଖ ଜିଲ୍ଲା କଂଗ୍ରେସର ବହୁ କର୍ମୀ ଓ ନେତୃତ୍ୱ ସାମିଲ୍ ହୋଇଥିଲେ ।
ଚନ୍ଦାହାଣ୍ଡି  : କାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କୁ ଚନ୍ଦାହାଣ୍ଡିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ଚନ୍ଦାହାଣ୍ଡି ସଦର ମହକୁମା ଆମ୍ବେଦକର ଛକରେ ଚନ୍ଦାହାଣ୍ଡି ଅଞ୍ଚଳବାସୀଙ୍କ ପକ୍ଷରୁ ଏକ କେଣ୍ଡେଲ ଶୋଭାଯାତ୍ରା କରାଯିବା ସହ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ନୀରିହ ପର୍ଯ୍ୟଟକଙ୍କ ଜୀବନ ଚାଲି ଯାଇଥିଲା । ଏଥିମଧ୍ୟରେ ବାଲେଶ୍ୱର ସହର ସାରଗାଁ ପଞ୍ଚାୟତ ଈଶାଣି ଗ୍ରାମର ପ୍ରଶାନ୍ତ କୁମାର ଶତପଥି ରହିଛନ୍ତି । ସମସ୍ତ ମୃତକଙ୍କ ଆତ୍ମାର ସତଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ଆମ୍ବେଦକର ଯୁବକ ସଂଘ ସଭାପତି କ୍ଷେମରାଜ ବାଘଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କେଣ୍ଡେଲ ଶୋଭାଯାତ୍ରାକୁ ଯୁବକ ସଂଘ ପକ୍ଷରୁ ଚକ୍ରଧର ଚୌହାନ, ରଜତ କୁମାର ଜଗତ, ଗୌରୀ ଶଙ୍କର ସେଠି, ଭୀମ ସେନ ଡଙ୍ଗରି, ବାସୁ ଦେବ ସୁନା, ଚନ୍ଦନ ଜଗତ, କୃଷ୍ଣ ବାଘ, କୁନା ଜାଳି, ଦିଗ ବିଜୟ ସିଂ ବାଘ ପ୍ରମୁଖ ଶୋଭାଯାତ୍ରା ପରିଚାଳନା କରିଥିବାବେକେ ପିଙ୍କୁ ବାଘ, ସିପୁନ ଚୌହାନ, ବାବୁଲି ବାଘ, କିଶନ ଚୌହାନ, ଲମ୍ବୋଦର ବାଘ, ଦିଆଲୁ ଜଗତ, ଦେବାଶିଷ ସେନାପତି, ଆକାଶ ସାହୁ, ରାହୁଲ ଡଙ୍ଗରୀ ନୈତିକ ବାଘ, ପପୁନ ଜଗତ ପ୍ରମୁଖ ଯୁବକଙ୍କ ସଂଘର ସମସ୍ତ ଯୁବଗୋଷ୍ଠୀ ଉପସ୍ଥିତ ଥିଲେ ।
ସାରସକଣା: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ତିନିରାଜ୍ୟ ସୀମାନ୍ତ ଅଞ୍ଚଳ ବମ୍ବେଛକ ବଜାରରେ କାଶ୍ମୀର ପହେଲେଗାମ୍ ଘଟଣାକୁ ନେଇ ଦୃଢ଼ ନିନ୍ଦା କରାଯିବା ସହ ଆତଙ୍କବାଦୀମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀ । ପହେଲଗାମ୍ ପର୍ଯ୍ୟଟନ କ୍ଷେତ୍ରରେ ବୁଲିବାକୁ ଯାଇଥିବା ୨୬ଜଣ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ଗୁଳି ମାରି ହତ୍ୟା କରିବା ଘଟଣା ସମଗ୍ର ଭାରତବାସୀଙ୍କୁ ବ୍ୟଥିତ କରିଛି । ଏହାକୁ ନେଇ ତେବେ ବମ୍ବେଛକ ବଜାରରେ ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀମାନେ ମିଳିତ ଭାବେ ଲୋକନାଥ ଶିବମନ୍ଦିରରୁ କ୍ୟାଣ୍ଡେଲ ମାର୍ଚ୍ଚ କରି ବଜାର ପରିକ୍ରମା କରି ସୀମାନ୍ତ ମହାବିଦ୍ୟାଳୟ ସମ୍ମୁଖରେ ରହିଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କ୍ୟାଣ୍ଡେଲ ଜାଳି ଆତଙ୍କବାଦୀଙ୍କୁ ପ୍ରତିବାଦ କରିଥିଲେ ।  ଭାରତର ସନ୍ତାନ ଅମର ରହେ, ଆତଙ୍କବାଦୀ ମୁର୍ଦ୍ଦାବାଦ, ପାକିସ୍ତାନ ମୁର୍ଦ୍ଦାବାଦ, ଭାରତ ମାତା ଜିନ୍ଦାବାଦ ପରି ନାରା ଦେଇ ବଜାର ପରିକ୍ରମା କରିଥିଲେ । ସେହପରି ଆତଙ୍କୀ ଗୁଳିରେ ପ୍ରାଣ ହରାଇଥିବା ୨୬ ଭାରତୀୟଙ୍କ ଉଦେ୍ଦଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । 
ନୂଆପଡା: ନୂଆପଡ଼ା ଜିଲ୍ଲା ଖଡିଆଳ କଲ୍ୟାଣ ମଣ୍ଡପ ଦୁଇ ଠାରେ କାର୍ଯ୍ୟରତ ସାମ୍ବାଦିକ ପରିଷଦ ପକ୍ଷରୁ ଜମ୍ମୁ କାଶ୍ମୀର ପହଳଗାମ ଠାରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ କାର୍ଯ୍ୟରତ ସାମ୍ୱାଦିକ ପରିଷଦ ପକ୍ଷରୁ ନିନ୍ଦା କରିବା ସହ ସହିଦଙ୍କ ପରିବାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅନୁଷ୍ଠିତ ସଭାରେ ପରିଷଦ ସଂଯୋଜକ ତପନ ରଞ୍ଜନ ଦାଶ ଅଧ୍ୟକ୍ଷତା କରିଥିବାବେଳେ କୋର କମିଟି ସଦସ୍ୟ ଯୋଗେଶ୍ୱର ସାଗରିଆ ସ୍ୱାଗତ କରିଥିଲେ । ଏହି ଉପଲକ୍ଷେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଥିବାବେଳେ ଏହାର ଉଚିତ୍ ପଦକ୍ଷେପ ନେବାକୁ ଆହ୍ୱାନ କରିଛନ୍ତି । ଭାରତବାସୀଙ୍କ ଏକତା, ଅଖଣ୍ଡତା ବଜାୟ ରଖିବା ସହ ଦେଶବାସୀ ଏହି ମୁହୂର୍ତ୍ତରେ ଭାରତୀୟ ପରିଚୟ  ହେବାକୁ ଆହ୍ୱାନ କରିଥିଲେ । ଏହି ସଭାରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିବାବେଳେ ଶହୀଦ ପରିବାରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସହ ସଂଯୋଜକ ମୋଟିଲାଲ୍ ବାଗ, କୋର କମିଟି ସଦସ୍ୟ ପରମେଶ୍ୱର ବାରିକ ଅଭିଭାଷଣ ଦେଇଥିବାବେଳେ କୁନାଲ ଚରଣ ବେହେରା ଧନ୍ୟବାଦ ଦେଇଥିଲେ । ସାମ୍ବାଦିକମାନଙ୍କ ମଧ୍ୟରେ ସନ୍ତୋଷ କୁମାର ଦଣ୍ଡସେନା, ଦେବେଶ ହୋତା, ହେମନ୍ତ କୁମାର ବେହେରା, ବାପିନା ସାହୁ, ଓମ ପ୍ରକାଶ ଅଗ୍ରୱାଲ, ଶାମ୍ବ କୁମାର ସରାଫ, ଶ୍ୟାମସୁନ୍ଦର ସଗରିଆ, ମାଇକେଲ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।
ଭବାନୀପାଟଣା : ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ବିବେକ କନଫରେନ୍ସ ହଲ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାମ୍ମୁ-କାଶ୍ମୀରର ପହଲଗାଁ ଠାରେ ପଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଓ ୨୬ଜଣ ଭାରତୀୟ ସହ ବାଲେଶ୍ୱରର ପ୍ରଶାନ୍ତ ଶତପଥି ପ୍ରାଣ ହରେଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପ୍ରାଣ ହରାଇଥିବା ଲୋକଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ମହମବତୀ ଜାଳି ୨ମିନଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଧର୍ମ ନାଁରେ ଘଟାଇଥିବା ଏଭଳି ବର୍ବର କାଣ୍ଡକୁ ନିନ୍ଦା କରିବା ସହ ସରକାର ଆତଙ୍କବାଦୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଛି ବୋଲି ବିବେକ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ ଶିବରାମ ନାୟକ ଉପସ୍ଥିତ ରହି ମତ ରଖିଥିଲେ । ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସମ୍ବଲପୁର: ଦେଶର ଜାମ୍ମୁକଶ୍ମୀରର ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ମୃତୁ୍ୟବରଣ କରିଥିବା ୨୬ଜଣ ନିରୀହ ପର୍ଯ୍ୟଟକଙ୍କ ଅମରଆତ୍ମାର ସଦ୍ଗତି ପାଇଁ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା । ଜିଲ୍ଲା କଂଗ୍ରେସ କମିଟି ସଭାପତି ଜୟଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାଟି  ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରୁ ଗୋଲବଜାର ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି ।ଏଥିସହ ଆତଙ୍କବାଦୀ ଆକ୍ରମଣ ଘଟଣାରେ ମୃତ ପଯ୍ୟଟକ ମାନଙ୍କର ଆତ୍ମାର ସଦ୍ଗତି କାମନା କରାଯାଇ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।  ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ତ୍ରିପାଠୀ, ଦିନବନ୍ଧୁ ପରିଡ଼ା, ଗିରିଜା ନାୟକ, ଜିତେନ୍ଦ୍ର ପ୍ରଧାନ, ଦିଲିପ୍ ଦୁରିଆ, ହରୀ ପାଢୀ, ବିଜୟ ଲକ୍ଷ୍ମୀ ବେହେରା, ସୁତପା ମିତ୍ର, ସସ୍ମିତା ପଟ୍ଟନାୟକ, ଏମଡି ଜୁବେର, ଏମଡି ମୁକ୍ତାର, ସତ୍ୟନାରାୟଣ ସେନାପତି, ଫିଲିସ୍ପ କୁମାର, ବିନୋଦିନୀ ଦିପ, ପ୍ରହଲ୍ଲାଦ ତାଣ୍ଡି, ଏମଡି ସଲିମ, ଗୋବିନ୍ଦ ଶଣ୍ଢ, ସାମା ସିଂଙ୍କ ସମେତ ବହୁ କଂଗ୍ରେସ ନେତାମାନେ ଉପସ୍ଥିତ ରହିଥିଲେ ।