ପାଉନି ଏୟାରଟେଲ ନେଟୱାର୍କ


ାା ରାଜନଗରରୁ ବସନ୍ତ ହାତୀ ।ା 
ରାଜନଗର ବ୍ଲକରେ ସର୍ବାଧିକ ଏୟାରଟେଲ ଗ୍ରାହକ ଅଛନ୍ତି । ଅନ୍ୟ ନେଟୱାର୍କ କମ୍ପାନୀ ଅପେକ୍ଷା ଏୟାରଟେଲର ଅଧିକ ଉପଭୋକ୍ତା ଅଛନ୍ତି । ବିଏସଏନଏଲ୍ର ନେଟୱାର୍କ ଠିକ ଭାବେ ଗ୍ରାମାଂଚଳର ଉପଭୋକ୍ତାମାନେ ନପାଇବାରୁ ଏୟାରଟେଲକୁ ଆଦରି ନେଇଥିଲେ । ଏବେ ଦିନକୁ ଦିନ ଏୟାରଟେଲ ନେଟୱାର୍କ କମ୍ପାନୀ ଲୋକଙ୍କୁ ସେବା କମ୍ ଦେଇ ଅଧିକ ଅର୍ଥ ନେଉଥିବା ଚର୍ଚ୍ଚା ହେଉଛି । ଏୟାରଟେଲର ଜଣେ ଗ୍ରାହକ ପ୍ରତ୍ୟେକ ମାସରେ ୨୯୯ଟଙ୍କା ରିଚାର୍ଜ କରି ପ୍ରତ୍ୟେକ ଦିନ ୧.୫(ଦେଢ ଜିବି) ଡାଟା ସହ ଅସୀମିତ ଫୋନକଲ ଓ ଶହେଟି ଏସଏମଏସର ସୁବିଧା ପାଇପାରିବ ବୋଲି କମ୍ପାନୀ ଘୋଷଣା କରିଛି । କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ । ବିଭିନ୍ନ ସମୟରେ ନେଟୱାର୍କ ସମସ୍ୟା ଲାଗି ରହିଛି । ନେଟୱାର୍କ ଉଭାନ ହୋଇଯିବା ଯାହାଫଳରେ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।  ମଙ୍ଗଳବାର ଅପରାହ୍ନରୁ ରାଜନଗର ଅଂଚଳରେ ଏୟାରଟେଲର ଗ୍ରାହକମାନେ ଇଣ୍ଟରନେଟ୍ ସୁବିଧା ସହ ଫୋନ କରିବାରୁ ବଂଚିତ ହୋଇଛନ୍ତି । ପ୍ରତ୍ୟେକ ଦିନ ରାଜନଗର ଅଂଚଳରେ ତ୍ୱରିତ ଓ ଉନ୍ନତମାନର ସେବା ଯୋଗାଇ ଦେବା ପାଇଁ ଗ୍ରାହକମାନଙ୍କ ଠାରୁ କମ୍ପାନୀ ଲକ୍ଷାଧିକ ଟଙ୍କା ଲୁଟୁଥିବା ବେଳେ, ସେମାନଙ୍କ ସମସ୍ୟା ସମାଧାନରେ କମ୍ପାନୀର କୌଣସି ଅଧିକାରୀ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି ।