ବିକାଶ ବାହନ ରଥ ଉଦ୍ଘାଟିତ
ନୂଆପଡା: ବୋଡେନ ବ୍ଲକ୍ ଅଧ୍ୟକ୍ଷା ପ୍ରେମ ଶିଳା ନାଗ ଓ ବିଡିଓ ସୁଶାନ୍ତ ରଣାଙ୍କ ସହ ଅନ୍ୟାନ୍ୟ ଜନ ପ୍ରତିନିଧି ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କ ଦ୍ୱାରା ବିକାଶ ବାହାନକୁ ଉଦ୍ଘାଟନ କରାଯାଇଛି । ଏହା ପରେ ସୁନା ପୂର ପଞ୍ଚାୟତରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ଡମଝର ପଞ୍ଚାୟତରେ ସରପଂଚ ସଦାଶିବ ବେହେରା, ସମିତି ସଭ୍ୟ ବିଜୟ ବେହେରା, ସାଂସଦ ପ୍ରତିନିଧି ବିଜୟ ବେହେରା, ଯୋଗ ଗୁରୁ ଅରବିନ୍ଦ ବେହେରା, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତ, ଏପିଓ ରବିନାରାୟଣ ରାଉତ, ସହକାରୀ ଯନ୍ତ୍ରୀ ଯୋଗେଶ୍ୱର ନାଏକ, ସିପି ସରୋଜ ପ୍ରଧାନ, ଜିପିଡିଓ ଭୀଷ୍ମ କୁମାର, ଏଟିଏମ୍ ଜଗଦୀଶ ମଲ୍ଲିକ, ଯୋଗାଣ ନିରୀକ୍ଷକ ଆଲୋକ ପାତ୍ର, ବିଏସଏସ୍ ଓ ହିତେଶ କୁମାର ଆଡ ବାହି, ଡବ୍ଲୁଇଓ କ୍ଷଣପ୍ରଭା ପାଣିଗ୍ରାହୀ, ମହିଳା ପରିଦର୍ଶୀକା ବୈଜୟନ୍ତୀ ମହାନ୍ତି, ପିଇଓ ସତିଶ ରଞ୍ଜନ ରାଉତ, ଜିଆର୍ଏସ୍ ଭଦ୍ରା ବତି ଜଗତ, ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ପ୍ରମୁଖଙ୍କ ସହ ପଞ୍ଚାୟତର ଜନ ସାଧାରଣ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ଯୋଗ୍ୟ ଆଧାର କାର୍ଡ, ରାସନ କାର୍ଡ, ଆୟୁଷ୍ମାନ ଭାରତ କାର୍ଡ, ଜାତି ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର, କିଷାନ କ୍ରେଡିଟ କାର୍ଡ, ଜନଧନ ଆକାଉଣ୍ଟ ଓ ବିଭିନ୍ନ ଯୋଜନା ଅନ୍ତର୍ଭୁକ୍ତ କାର୍ଡ ବଣ୍ଟନ କରାଯାଇଥିଲା । ପରେ ପଳସଦା ପଞ୍ଚାୟତରେ ବିକାଶ ବାହାନକୁ ସ୍ୱାଗତ ଜଣାଇଥିଲେ ସରପଞ୍ଚ ଚାତୁରି ବେହେରା, ପିଇଓ ହିରନ୍ୟମୟୀ ଚଲାନ, ଜିଆର୍ଏସ୍ ରେଣୁକା ମାଝୀ । ବିକାଶ ବାହାନ ପରିଭ୍ରମଣ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଯୋଜନା ଗୁଡ଼ିକର ସୁବିଧା ସର୍ବସାଧାରଣଙ୍କୁ ଯୋଗାଇ ଦିଆଯିବ ।