ପାକିସ୍ତାନକୁ ଜୟଶଙ୍କରଙ୍କ କଡ଼ା ଚେତାବନୀ

ପାକିସ୍ତାନକୁ ଜୟଶଙ୍କରଙ୍କ କଡ଼ା ଚେତାବନୀ

ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ ଏସ୍‌ ‌ଜୟଶଙ୍କର ଅପରେସନ ସିନ୍ଦୂର ଉପରେ ଆଲୋଚନା ଆରମ୍ଭ କରିଛନ୍ତି । ବୈଦେଶିକ ମନ୍ତ୍ରୀ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା  ନିଷ୍ପତ୍ତିକୁ ପହଲଗାମ ଆକ୍ରମଣ ପରେ ନିଆଯାଇଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରି କରିଛନ୍ତି । ରାଜ୍ୟସଭାରେ ପହଲଗାମ ଆକ୍ରମଣ ପରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକର ତାଲିକା ଦେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି , ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିଛୁ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆହୁରି କହିଛନ୍ତି, ଭାରତ ବର୍ଷ ବର୍ଷ ଧରି ସୀମାପାର ଆତଙ୍କବାଦର ଶିକାର ହୋଇଆସୁଛି । ଆମେ ଯାହା କହିବୁ ତାହା କରିବୁ। ଆତଙ୍କବାଦକୁ ଏକ ବିଶ୍ୱସ୍ତରୀୟ ଏଜେଣ୍ଡା କରିଥିଲୁ । ମୋଦି ସରକାରଙ୍କ ପ୍ରୟାସ ଯୋଗୁଁ ଏହା ହୋଇପାରିଛି। ଆଜି ଆତଙ୍କବାଦୀଙ୍କ ପାଣ୍ଠି ବନ୍ଦ ହୋଇଯାଇଛି ବୋଲି ଗୃହରେ ପ୍ରତିକ୍ରିୟା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ  । କେବଳ ଏହି ପ୍ରସଙ୍ଗ ନୁହେଁ ସିନ୍ଧୁ ଜଳ ଚୁକ୍ତି ନେଇ ପୁଣି ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ । ସେ କହିଛନ୍ତି କି, ଯଦି ପାକିସ୍ତାନ ଏଭଳି ଭାବେ ଆତଙ୍କବାଦକୁ ସମର୍ଥନ ଜାରି ରଖେ ତେବେ ସବୁଦିନ ପାଇଁ ସିନ୍ଧୁ ନଦୀର ଜଳ ବନ୍ଦ ରହିବ ।