ପ୍ରବଳ ବର୍ଷା : ୨ଦିନ ପାଇଁ ବନ୍ଦ ରହିବ ଅମରନାଥ ଯାତ୍ରା
ପ୍ରବଳ ବର୍ଷା ପାଇଁ ଅମରନାଥ ଯାତ୍ରା ସ୍ଥଗିତ । ପହଲଗାମ ଓ ବାଲଟାଲ ମାର୍ଗରେ ପ୍ରବଳ ବର୍ଷା ହେତୁ ଅମରନାଥ ଯାତ୍ରା ସ୍ଥଗିତ ରହିଛି । ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ସକାଳୁ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ବାଲଟାଲ ଚନ୍ଦନୱାଡ଼ି ବେସ୍ କ୍ୟାମ୍ପରୁ ତୀର୍ଥଯାତ୍ରୀଙ୍କ ଗମନାଗମନ ବନ୍ଦ ରହିଛି । ଖରାପ ପାଗ ଯୋଗୁଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଅଧିକାରୀମାନେ କହିଛନ୍ତି, ପରିସ୍ଥିତି ଦେଖିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।