ପାନୀୟଜଳ ବିତରଣ କେନ୍ଦ୍ର ଉଦ୍ଘାଟିତ

ବାଲେଶ୍ୱର : ସରକାରୀ ମେଡିକାଲ୍ କଲେଜ୍ କି୍ରୟାନୁଷ୍ଠାନ କମିଟିର ରେମୁଣା ଶାଖା କମିଟି ପକ୍ଷରୁ ମହାବିଷୁବ ସଂକ୍ରାନ୍ତି ଅବସରରେ ଫକୀରମୋହନ ମେଡିକାଲ କଲେଜ୍ ହସ୍ପିଟାଲର ମୁଖ୍ୟଫାଟକ ପାଶ୍ୱର୍ରେ ଏକ ପାନୀୟଜଳ ବିତରଣ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ରେମୁଣା ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷା ତନୁଜା ଗିରି ଏହି ନିରାଡମ୍ବର ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । କମିଟିର ଜିଲ୍ଲା ସଭାପତି ନିରଞ୍ଜନ ପରିଡ଼ା, ସାଧାରଣ ସଂପାଦକ ପ୍ରଦୀପ ଦାସଙ୍କ ସମେତ ନିରଞ୍ଜନ ରାଉତ, ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରେମୁଣା କମିଟିର ସଭାପତି ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଦୁଷ୍ମନ୍ତ ଦାସ, ବିଧାନ ଚନ୍ଦ୍ର ରାୟ, ଜଗତାନନ୍ଦ ବିଶ୍ୱାଳ, ପ୍ରମିତା ଦାସ, ସୁନୀତି ରଣା, ତରୁଣ କୁମାର ଦାସ, ସହିଲ୍ ଖାନ୍, ସୁକାନ୍ତ ଜେନା, ମମତା ପାଲ, ନିତ୍ୟାନନ୍ଦ ରାଉଳ, ଚନ୍ଦ୍ରକାନ୍ତି ପ୍ରଧାନ, ପ୍ରଶାନ୍ତି ରାଉତ, ନିରଞ୍ଜନ ଲେଙ୍କା ଓ ଗୋବିନ୍ଦ ଚନ୍ଦ୍ର ଭୋଇ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।