ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା : ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ପହଲଗାଓଁଠାରେ ଆତଙ୍କବାଦୀ ଆକ୍ରମଣ ରେ ନିହତ ହୋଇଥିବା ନିରୀହ ପର୍ଯ୍ୟଟକମାନଙ୍କୁ ଶ୍ରଦ୍ଧାଳି ଜ୍ଞାପନ କରାଯାଇଛି । କେନ୍ଦ୍ରାପଡ଼ା ବିପ୍ଲବୀ ଆନନ୍ଦ ଜେନା ସ୍ମୃତି କମିଟି ପକ୍ଷରୁ ପହଲଗାଓଁ ସହିଦଙ୍କୁ ଶ୍ରଦ୍ଧାଳି ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ କାଶ୍ମୀରର ପହଲଗାଓଁଠାରେ ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ନିରୀହ ପର୍ଯ୍ୟଟକମାନଙ୍କୁ ଶ୍ରଦ୍ଧାଳି ଜ୍ଞାପନ କରାଯାଇଛି । କମିଟି ସ୍ଥାୟୀ ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗବେଷକ ନିରନ ମେକାପ, ସମ୍ପାଦକ ରମଣୀ ରଂଜନ ରାଉତରାୟ, ପ୍ରଦୀପ କୁମାର ଦାସ, ଉପଦେଷ୍ଟା କରୁଣାକର ଦାସ, ମୁକ୍ତାର ଖାଁ, ଧୀରେନ୍ଦ୍ର ଦାସ, ସତ୍ୟବ୍ରତ ସିଂ, ସଂଯୋଜକ ସୟ କୁମାର ଜେନା, ଗୋଲଖ ଚନ୍ଦ୍ର ପରିଡା, ପ୍ରଦୀପ୍ତ କୁମାର ସିଂ, ଉମାକାନ୍ତ ଗୁରୁ ପ୍ରମୁଖ ଉପସ୍ଥିତ ରହି ଆତଙ୍କବାଦୀଙ୍କୁ ନିପାତ କରିବା ସହ ତାଙ୍କ ବିରୋଧରେ କଡା ପଦକ୍ଷେପ ନେବାକୁ ଦାବି କରିଛନ୍ତି ।