ବାଉଳକଣି ପଞ୍ଚାୟତ ମହାଦୁର୍ନୀତିର ହେବ ତଦନ୍ତ
ସ୍ୱତନ୍ତ୍ର ପ୍ରତିନିଧି ଉକଳ କେଶରୀ ପାହାଡସିଂ: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ବଉଳକଣି ପଞ୍ଚାୟତରେ ହୋଇଥିବା ମହାଦୁର୍ନୀତିର ହେବ ତଦନ୍ତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଆସିଥିବା ଜଣାପଡିଛି ।
ପ୍ରକାଶ ଯେ, ମହାକାଳପଡ଼ା ବ୍ଲକ୍ ବଉଳକଣି ପଞ୍ଚାୟତରେ ୨୦୧୭ ରୁ ୨୦୨୧ ମସିହା ମଧ୍ୟରେ ହୋଇଥିବା ମହା ଦୁର୍ନୀତିର ଗନ୍ଧ ବାରି ପାରିଥିଲେ ସେହି ପଞ୍ଚାୟତର ସୂଚନା ଅଧିକାର କର୍ମୀ ହରେକୃଷ୍ଣ ପାତ୍ର । ଏ ନେଇ ସେ ତତ୍କାଳୀନ ସରପଞ୍ଚ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତ ବିଭାଗୀୟ ଦପ୍ତରରେ ଅଭିଯୋଗ କରିଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଫଳରେ ବାଧ୍ୟ ହୋଇ ୨୦୨୧ମସିହାରେ ହରେକୃଷ୍ଣ ପାତ୍ର ସୂଚନା ଅଧିକାର ଆଇନ୍ ଅନୁଯାୟୀ ଏହି ଦୁର୍ନୀତିକୁ ଲୋକଲୋଚନକୁ ଆଣିବା ସହିତ ସେଥିରେ ସଂପୃକ୍ତ ଥିବା ଅଧିକାରୀ ଓ ଜନ ପ୍ରତିନିଧିମାନଙ୍କ ଅସଲ ମୁଖା ଖୋଲିବା ନିମନ୍ତେ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମାଗିଥିଲେ । ଆବେଦନରେ କୌଣସି ତଥ୍ୟ ନ ମିଳିବାରୁ ସୂଚନା କମିଶନଙ୍କ ନିକଟରେ ଅପିଲ କରିଥିଲେ । ତେବେ ଅପିଲର ଦୀର୍ଘ ତିନି ବର୍ଷ ପରେ ଅର୍ଥାତ୍ ଗତ ଏପ୍ରିଲ୍ ୨୩ତାରିଖରେ ସୂଚନା କମିଶନଙ୍କ ତରଫରୁ ଶୁଣାଣି ପାଇଁ ମହାକାଳପଡ଼ା ବ୍ଲକ ଉନ୍ନୟନ ଓ ସୂଚନା ଅଧିକାର କର୍ମୀ ହରେକୃଷ୍ଣ ପାତ୍ରଙ୍କୁ ଚିଠି ହୋଇଥିଲା । ସେହି ତାରିଖରେ ମଧ୍ୟ ସୂଚନା କମିଶନଙ୍କ ନିକଟରେ ଉଭୟ ପକ୍ଷ ହାଜର ହୋଇଥିଲେ । ବିଭାଗୀୟ ଜନସୂଚନା ଅଧିକାରୀ ଭାବରେ ମହାକାଳପଡ଼ା ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିବା ପାଇଁ କମିଶନ ନିଦେ୍ର୍ଦଶ ଦେଇଥିଲେ । ସେହିକ୍ରମରେ ବିଡ଼ିଓଙ୍କ ନିଦେ୍ର୍ଦଶ ପରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହୃଷିକେଶ ସେଠୀ ମଗାଯାଇଥିବା ସୂଚନାର ତଥ୍ୟ ପ୍ରଦାନ କଲେ ଯେ, ପଞ୍ଚାୟତ କାର୍ଯ୍ୟାଳୟରେ ଉକ୍ତ ସମୟର କୌଣସି ଫାଇଲ୍, କ୍ୟାସ୍ ବୁକ୍, ପାସ୍ ବୁକ୍ ଇତ୍ୟାଦି ଉପଲବ୍ଧ ନାହିଁ । ଲିଖିତ ଆକାରରେ ସୂଚନା ପ୍ରଦାନ କରିବା ସହିତ ତଥ୍ୟ ନ ଥିବାର କାରଣ ଦର୍ଶାଇବାକୁ ଯାଇ ଚିଠିରେ ଉଲ୍ଲେଖ କରିଥିଲେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୁରୁପଦ ମଣ୍ଡଳ ୨୦୨୦ ରୁ ୨୨ ଆର୍ଥôକ ବର୍ଷର କୌଣସି ଦସ୍ତାବିଜ୍ ପ୍ରମାଣ ପତ୍ର ହସ୍ତାନ୍ତର କରିନାହାଁନ୍ତି । ସେହିପରି ଅନ୍ୟ ତତ୍କାଳୀନ ପିଇଓ ରମାକାନ୍ତ ଦାସଙ୍କ ମୃତୁ୍ୟ ହେବାରୁ ସେ ମଧ୍ୟ କୌଣସି ଦସ୍ତାବିଜ୍ ଦାଖଲ କରିନଥିବା ଉଲ୍ଲେଖ କରିଥିଲେ । ଯାହା ଏବେ ସୂଚନା ଅଧିକାର କର୍ମୀ ହରେକୃଷ୍ଣଙ୍କ ସହିତ ତମାମ ପଞ୍ଚାୟତ ବାସିନ୍ଦାଙ୍କୁ ବେଶ୍ ଚକିତ କରିଛି ।
ଏହିପରି ସୂଚନା ପାଇବା ପରେ ପଞ୍ଚାୟତ କାର୍ଯ୍ୟାଳୟରୁ ସରକାରୀ ଦସ୍ତାବିଜ୍ ନ ମିଳିବା କଥା ସହଜରେ ସୂଚନା ଅଧିକାର କର୍ମୀ ହରେକୃଷ୍ଣ ପାତ୍ର ଗ୍ରହଣ ନ କରି ପାରି ଉଦ୍ବେଗ ପ୍ରକାଶ କରିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ଦେଇଥିଲେ । କିନ୍ତୁ ଏଥିରେ ମଧ୍ୟ କୌଣସି ଅଗ୍ରଗତି ନ ହେବାରୁ ହରେକୃଷ୍ଣ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇଥିଲେ । ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟାଳୟରୁ ହରେକୃଷ୍ଣ ପାତ୍ରଙ୍କ ନିକଟକୁ ଆସିଥିବା ପ୍ରାପ୍ତିସ୍ୱୀକାର ପତ୍ରରେ ଦର୍ଶାଯାଇଛି ଯେ, ହୋଇଥିବା ତମାମ ଦୁର୍ନୀତିର ତଦନ୍ତ କରିବା ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ତେବେ ଏହିପତ୍ର ପାଇବା ପରେ ହରେକୃଷ୍ଣ ପାତ୍ର ଆଶା କହିଛନ୍ତି, ବଉଳକଣି ପଞ୍ଚାୟତରେ ହୋଇଥିବା ମହାଦୁର୍ନୀତିର ଖୁଲାସା ଲୋକଙ୍କ ସରକାରଙ୍କ ନିଦେ୍ର୍ଦଶରେ ଖୁବ୍ଶୀଘ୍ର ହେବ ବୋଲି ତାଙ୍କର ଆଶା ସଂଚାର ହୋଇ