ସଫାରୀ ଗାଡିରୁ ଗୋରୁ ଜବତ;ଚାଳକ ଅଟକ
ପାଣିକୋଇଲି : ଏହି ଥାନା ୨୦ନମ୍ବର ଜାତୀୟ ରାଜପଥର ନୂଆପଦା ଛକ ନିକଟରେ ଏକ ଗୋରୁ ବୋଝେଇ ସଫାରୀ ଗାଡିକୁ ପୁଲିସ ଜବତ କରିବା ସହ ଚାଳକକୁ ଅଟକ ରଖିଛି । ପ୍ରକାଶ ଯେ ଓଆର୨୨ଇ-୦୦୧୧ ନଂ ସଫାରୀ ଗାଡ଼ି ଗାଡିରେ ୫ଟି ଗୋରୁ ବୋଝେଇ କରି ଆସୁଥିବା ବେଳେ ଗାଡିର ଚକା ଫାଟି ଯାଇଥିଲା । ଏହି ସମୟରେ ଗାଡି ରଖି ଚାଳକ ଚା ପିଇବାକୁ ଯାଇଥିଲା । ସ୍ଥାନୀୟ ଦେକାନୀ ଗାଡିରୁ ଗୋରୁଙ୍କ ଶଦ୍ଦ ଶୁଣି ସନ୍ଦେହ ଉପୁଜିଥିଲା । ସେଠାରେ ଯାଇ ଗାଡି ପଛରେ ଗୋରୁ ଥିବା ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ । ଖବରପାଇ ପାଣିକୋଇଲି ପୁଲିସ ସେଠାରେ ପହଁଚି ଗାଡିରୁ ଗୋରୁ ଗୁଡିକୁ ଖଲାସ କରିବା ସହ ଗାଡି ଓ ଚାଳକୁ ଧରି ଥାନାକୁ ଆଣିଥିଲା । ଚାଳକକୁ ଅଟକ ରଖିବା ସହ ଏକ ମାମଳା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।