ପିମ୍ପୁଡିମାନେ ବି ସର୍ଜରୀ କରନ୍ତି

ପିମ୍ପୁଡିମାନେ ବି ସର୍ଜରୀ କରନ୍ତି


ମଣିଷ ପରି ପିମ୍ପୁଡ଼ି ମଧ୍ୟ ସେମାନଙ୍କ ସାଥୀମାନଙ୍କ ଚିକିତ୍ସା କରାଇଥାନ୍ତି । ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ କିଛି ପିମ୍ପୁଡ଼ି ସେମାନଙ୍କ ସାଥୀଙ୍କ କ୍ଷତକୁ ସଫା କରନ୍ତି । ଯେତେବେଳେ ଆବଶ୍ୟକ ହୁଏ ସେମାନେ ଅଙ୍ଗଗୁଡ଼ିକୁ କାଟି ଦିଅନ୍ତି । ଯେପରି ଜଣେ ଡାକ୍ତର ତାଙ୍କ ରୋଗୀଙ୍କର କ୍ଷତିଗ୍ରସ୍ତ ଅଙ୍ଗକୁ କାଟିଥାନ୍ତି । ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଫ୍ଲୋରିଡାର ପିମ୍ପୁଡ଼ି ସେମାନଙ୍କ ସାଥୀଙ୍କ ଜୀବନ ବଞ୍ଚାଇବା ପାଇଁ ‘ସର୍ଜରୀ’ କରନ୍ତି । ଏହି ଆଶ୍ଚର୍ଯ୍ୟଜନକ ଅଧ୍ୟୟନ ନିକଟରେ କରେଣ୍ଟ ବାୟୋଲୋଜି ପତ୍ରିକାରେ ପ୍ରକାଶିତ ହୋଇଛି  । ଫ୍ଲୋରିଡାର ଏହି ପିମ୍ପୁଡ଼ିକୁ ‘କାର୍ପେଣ୍ଟର ପିମ୍ପୁଡି’ ବୋଲି କୁହାଯାଉଛି । ଅନୁସନ୍ଧାନ ଟିମ ଅନୁଯାୟୀ, କ୍ଷତ ଚିହ୍ନିବା ଏବଂ ଚିକିତ୍ସା କରିବା ପାଇଁ ପିମ୍ପୁଡ଼ିମାନଙ୍କର ଏକ ଅନ୍ତର୍ନିହିତ କ୍ଷମତା ଅଛି । ୨୦୨୩ ମସିହାରେ, ପ୍ରାଙ୍କ ଟିମ ଆଫ୍ରିକୀୟ ପିମ୍ପୁଡ଼ିର ଏକ ପ୍ରଜାତି ଆବିଷ୍କାର କରିଥିଲେ । ଯାହାର ନାମ ‘ମେଗାପୋନେରା ଆନାଲିସ୍' ଥିଲା । ସେ ନିଜ ବସାରେ ଉପସ୍ଥିତ ଥିବା ଆହତ ସାଥୀମାନଙ୍କୁ ଆଣ୍ଟିମାଇକ୍ରୋବାୟଲ୍ ପଦାର୍ଥ ସହିତ ଚିକିତ୍ସା କରୁଥିଲା । ଏହି ପଦାର୍ଥ ସେମାନଙ୍କ ଶରୀରରୁ ବାହାରିଥାଏ । ଫ୍ଲୋରିଡା କାର୍ପେଣ୍ଟର ପିମ୍ପୁଡ଼ିମାନଙ୍କର ଏହି କ୍ଷମତା ନାହିଁ । କିନ୍ତୁ ସେ ଗୋଡ କାଟିବାରେ ପାରଙ୍ଗମ ଅଟନ୍ତି । ବୈଜ୍ଞାନିକମାନେ କାର୍ପେଣ୍ଟର ପିମ୍ପୁଡି ଏପରି ଶିକ୍ଷା କେଉଁଠାରୁ ପାଇଛନ୍ତି ତାର ପ୍ରମାଣ ଆଜିପର୍ଯ୍ୟନ୍ତ ପାଇପାରିନାହାଁନ୍ତି ।