ଛେଳିଚାଷ କରି ଯୁବକ ସମ୍ବର୍ଦ୍ଧିତ
ରାଜନଗର: ରାଜନଗର ବ୍ଲକ୍ ସାତଭାୟାର ନଳିନୀକାନ୍ତ ରାଉତଙ୍କ ପୁଅ ଶୁଭ୍ରକାନ୍ତ ରାଉତ ଉନ୍ନତମାନର ଛେଳିଚାଷ କରି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ସମ୍ବର୍ଦ୍ଧିତ ହୋଇଛନ୍ତି । କେନ୍ଦ୍ରାପଡା ସ୍ୱୟଂ ଶାସିତ କଲେଜ ପଡିଆରେ ଆୟୋଜିତ ଦୁଇ ଦିନିଆ ମସô୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମତ୍ସ୍ୟ ଅଧିକାରୀ ଶଶାଙ୍କଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉସôବରେ ଜିଲ୍ଲାପରିଷଦ ସଭାନେତ୍ରୀ ସୁଶ୍ରୀଲିଲିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ସମ୍ମାନୀତ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ନିଦେ୍ର୍ଦଶକ ରାମାଶିଷ ହାଜରା ଯୋଗ ଦେଇଥିଲେ । ଗ୍ରାମାଞ୍ଚଳରେ ଗୋପାଳନ, ଛେଳି ପାଳନ, କୁକୁଡାଚାଷ, ମତ୍ସ୍ୟଚାଷ ପ୍ରଭୃତି ମାଧ୍ୟମରେ ଅର୍ଥନୈତିକ ମାନଦଣ୍ଡ ସୁଦୃଢ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଶୁଭ୍ରକାନ୍ତ ରାଉତଙ୍କୁ ଉନ୍ନତମାନର ଛେଳି ପାଳନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ତରୀୟ, ମାନପତ୍ର, ଫଳକ ସହ ୫ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ପୂର୍ବରୁ ପୁରୁଣା ସାତଭାୟା ସମୁଦ୍ର କୂଳରେ ଥିବା ବେଳେ, ତାଙ୍କ ପିତା ନଳିନୀକାନ୍ତ ରାଉତ ବିକଳ୍ପ ଜୀବିକା ଭାବରେ ଛେଳି ଚାଷ ଆରମ୍ଭ କରିଥିଲେ । ଯାହାକି ତାଙ୍କୁ ଆଣି ସଫଳତା ଦେଇଛି । ସୂଚନା ଥାଉକି, ସମୁଦ୍ର କୂଳରେ ଥିବା ସାତଭାୟାକୁ ସମୁଦ୍ର ଗିଳିବାରେ ସହ ଉଚ୍ଚ ଜୁଆର ଚାଷଜମିକୁ ବାରମ୍ବାର ମାଡିଗଲା । ଯାହାଫଳରେ ସେମାନଙ୍କର ଜୀବନ ଜୀବିକା ଉଛନ୍ନ ହୋଇଗଲା । ସରକାର ସେମାନଙ୍କୁ ଗୁପ୍ତି ପଞ୍ଚାୟତ ବଗପାଟିଆଠାରେ ପ୍ରତି ପରିବାରକୁ ୧୦ଡିସିମିଲ ଘରଢିଅ ଜାଗା ସହିତ ବିଜୁ ପକ୍କାଘର ପ୍ରଦାନ କରିଥିଲେ । ମାତ୍ର ସେମାନଙ୍କ ଜୀବକା ନିମନ୍ତେ ସରକାର ଏପର୍ଯ୍ୟନ୍ତ ବ୍ୟବସ୍ଥା କରିନଥିବାରୁ ଯୁବକ ଯୁବତୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଇଛନ୍ତି ।