ଆଇନ ପରାମର୍ଶଦାତା ନିଯୁକ୍ତିକୁ ବିରୋଧ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡାରେ ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଥିବା ଓକିଲ ମାନଙ୍କୁ ବିଜେଡି ଦଲ ପକ୍ଷରୁ ପ୍ରାର୍ଥୀଙ୍କର ଆଇନ ପରାମର୍ଶ ଦାତା ଭାବେ ନିଯୁକ୍ତି ଦେଇଥିବାରୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୁର୍ଯେ୍ୟାଧନ ସାହୁ ଏହାର ତୀବ୍ର ବିରୋଧ କରି ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ସରକାରୀ ଓକିଲ (ଏପିପି) ଭାବେ କାର୍ଯ୍ୟ କରୁଥିବା ସଂଜୟ କୁମାର ଜେନା କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର ପାଇଁ, ପାଟକୁରା ପାଇଁ ବ୍ରଜସୁନ୍ଦର ରାଉତ, ଆଳି କ୍ଷେତ୍ର ପଇଁ ବୃନ୍ଦାବନ ନନ୍ଦ ଓ ରାଜନଗର ପାଇଁ ସୁଶିଲ ଦାସଙ୍କୁ ଆଇନ ପରାମର୍ଶ ଦାତା ଭାବେ ନିଯୁକ୍ତି ଦିଆଯାଇଛି । ଯାହାକି ଆଦର୍ଶ ଆଚରଣ ବିଧି ଉଲଙ୍ଘନ ଓ ସଂପୂର୍ଣ୍ଣ ବେଆଇନ ଅଟେ । ଏହି ସରକାରୀ ଓକିଲ ମାନେ କୋର୍ଟ କାର୍ଯ୍ୟରେ ଯୋଗ ନଦେଇ ସେହି ସମୟରେ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡି ପ୍ରାର୍ଥୀ ମାନଙ୍କ ପାଇଁ ଆଇନ ପରାମର୍ଶ ଦାତା ଭାବେ କାର୍ଯ୍ୟ କରୁଥିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଏହି ସରକାରୀ ଓକିଲ ମାନଙ୍କୁ ରାଜକୋଷରୁ ଅର୍ଥ ଦେଉଥିବା ବେଳେ ଦଳୀୟ କାର୍ଯ୍ୟରେସଂପୃକ୍ତ ରହିବା ନିରପେକ୍ଷ ନିର୍ବାଚନ ପରିଚାଳନା ର ସଂପୂର୍ଣ୍ଣ ବ୍ୟତିକ୍ରମ ଓ ଉଲଙ୍ଘନ ବୋଲି ଶ୍ରୀ ସାହୁ ଅଭିଯୋଗ କରି ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ଆଇନଜୀବି ଦୁର୍ଯେ୍ୟାଧନ ସାହୁ ଓ ଅନ୍ୟ କର୍ମକର୍ତ୍ତା ମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତ ।