ପୁରାତନ ଛାତ୍ରଙ୍କ ସମାବେଶ
ାା ପ୍ରଭାନୁ୍ୟଜ ।ା ବୈଶିଙ୍ଗା: ବୈଶିଙ୍ଗା ଉପକଣ୍ଠ ବରଦାବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପୁରାତନ ଛାତ୍ରଙ୍କ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟା କଳ୍ପଲତା ହାଜରାଙ୍କ ସଂଯୋଜନାରେ ଏହି ସମାବେଶ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟଅତିଥି ଭାବେ ପରିଚାଳନା କମିଟି ସମ୍ପାଦକ ସତ୍ୟପ୍ରକାଶ ପ୍ରଧାନ ଯୋଗ ଦେଇଥିଲେ । ବିଦ୍ୟାମନ୍ଦିରର ପୁରାତନ ଛାତ୍ରଛାତ୍ରୀମାନେ "ମୋ ବିକାଶର ଶିଶୁ ବିଦ୍ୟା ମନ୍ଦିରର ଭୂମିକା’ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଦ୍ୟାମନ୍ଦିରର ମାନସ ଗୁରୁଜୀ, ନୟନ ଗୁରୁଜୀ, ବ୍ରହ୍ମାନନ୍ଦ ଗୁରୁଜୀ, କରୁଣାକର ଗୁରୁଜୀ, ସତ୍ୟ ଗୁରୁଜୀ, ଶୁକଦେବ ଗୁରୁଜୀ, ରବି ଗୁରୁଜୀ, ମାନିନୀ ଗୁରୁମା, ସିମାନ୍ତିନୀ ଗୁରୁମା, ସୁଚିତ୍ରା ଗୁରୁମା ପ୍ରମୁଖ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀମାନଙ୍କର ଉତ୍ତମ ଭବିଷ୍ୟତ ନିର୍ମାଣ ନିମନ୍ତେ ମାର୍ଗଦର୍ଶନ କରିବା ସହ ଉଚ୍ଚାଭିଳାସୀ ହେବା ପାଇଁ ପ୍ରେରଣା ଯୋଗାଇଥିଲେ । ଉପସ୍ଥିତ ଛାତ୍ରଛାତ୍ରୀମାନେ ବିଦ୍ୟାମନ୍ଦିରରେ ବିତାଇଥିବା ପୁରାତନ ସ୍ମୃତିକୁ ବଖାଣିବା ସହ ବର୍ତ୍ତମାନ ଶିକ୍ଷା କ୍ଷେତ୍ରର ବିଭିନ୍ନ ଅନୁଭବ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟତଃ ସେମାନଙ୍କ ଛାତ୍ର ଜୀବନରେ ଶିଶୁ ବିଦ୍ୟାମନ୍ଦିରରେ ଗ୍ରହଣ କରିଥିବା ସଂସ୍କାରଯୁକ୍ତ ଶିକ୍ଷା ବର୍ତ୍ତମାନ ଶିକ୍ଷାର ବିଭିନ୍ନ କ୍ଷେତ୍ରରେ ସହଯୋଗ କରୁଥିବାର ନିଜ ନିଜର ଅନୁଭବ ପ୍ରକାଶ କରିଥିଲେ । ବିଦ୍ୟାମନ୍ଦିର ସମସ୍ତ ଗୁରୁଜୀଗୁରୁମା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଲକ୍ଷ୍ମୀଧର ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ ।