ନେପାଳରେ ଓଡ଼ିଆ ପୁଅକୁ ସ୍ୱର୍ଣ୍ଣ
ପୁରୀ: ନେପାଳର ରାଜଧାନୀ କାଠମାଣ୍ଡୁ ଠାରେ ଅନୁଷ୍ଠିତ ଏସିଆନ ପାୱାର ଲିଫ୍ଟିଂ ପ୍ରତିଯୋଗିତାରେ ଶ୍ରୀକ୍ଷେତ୍ରର କ୍ରୀଡ଼ାବିତ୍ ଦେବୀପ୍ରସାଦ ଦାସ ବାଜିମାତ କରିଛନ୍ତି । ଏସିଆନ ପ୍ରତିଯୋଗିତା ପାଇଁ ମନୋନିତ ହୋଇଥିବା ଦେବୀଙ୍କୁ କାଠମାଣ୍ଡୁରେ ଆୟୋଜିତ ପ୍ରତିଯୋଗିତାରେ ୨ଟି ସ୍ୱର୍ଣ୍ଣପଦକ ମିଳିଛି । ଜୁନିୟର ବିଭାଗର ୧୨୦କେ.ଜି ବର୍ଗ ଡ଼େଡ଼ ଲିଫ୍ଟିଂରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିବା ସଂଗେସଂଗେ ସାମଗ୍ରିକ ଶକ୍ତି ଉତ୍ତୋଳନରେ ସେ ସ୍କ୍ୱାର୍ଟ, ବେଞ୍ଚ ଓ ପ୍ରେସର ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଆହୁରି ଅନେକ ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ମନୋନିତ ହେବା ଓ ପଦକ ହାତେଇବାକୁୁ ଲକ୍ଷ୍ୟ ରଖିଛନ୍ତି ପୁରୀ ନିବାସୀ ବିନୋଦ ଦାସଙ୍କ ପୁଅ ଦେବୀ ପ୍ରସାଦ ଦାସ ।