ଶ୍ରୀମନ୍ଦିରରେ ଅନ୍ଧଲୀଳା ପ୍ରସ୍ତାବ

 ପୁରୀ : ଭାଦ୍ରବ ଶୁକ୍ଳ ତୃତୀୟା ଅବସରରେ ଶ୍ରୀମନ୍ଦିରରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ଅନ୍ଧଲୀଳା ଅନୁଷ୍ଠିତ ହୋଇଯାଇଛି । ପୁରୁଷୋତ୍ତମ ବଲ୍ଲଭ ଓ ଟେରାଫିଟା ଆଳତି ବା ସନ୍ଧ୍ୟାଆଳତି ପରେ ଦକ୍ଷିଣ ଘରୁ ରାମକୃଷ୍ଣ ବିଜେ କରି ବଟମୂଳେ ଥିବା ପାଲିଙ୍କିରେ ବିଜେ ହୋଇ ବଡ଼ଦେଉଳ ବେଢ଼ା ନବୁଲି ସିଂହଦ୍ୱାର ଦେଇ ବାହାରକୁ ଆସିଥିଲେ । ଉତ୍ତରପାଶ୍ୱର୍ରେ ନକ୍ଷି ଉଦର ଆଗେ କାଠ ସିଂହାସନ ଉପରେ ପାଲିଙ୍କି ସହିତ ଠାକୁରଙ୍କୁ ବିଜେ କରାଯାଇଥିଲା । ଠାକୁରଙ୍କ ଛାମୁରେ ବାସେଳୀ ସାହି ଲୋକମାନେ ଅନ୍ଧମନ୍ଦିର ହାତୀ ପ୍ରସ୍ତାବ କରିଥିଲେ । ଏହାପରେ ଶୀତଳ ଭୋଗ, ବନ୍ଦାପନା ହୋଇ ଠାକୁର ଦକ୍ଷିଣ ଘରକୁ ବାହୁଡ଼ା ବିଜେ କରିଥିଲେ । ସନ୍ଧ୍ୟାଧୂପ ପରେ ମଦନମୋହନ ନାଟପା ଖଟ ଉପରେ ବିଜେ ହେବା ପରେ ଅନ୍ଧଲୀଳା ପ୍ରସ୍ତାବ କରାଯାଇଥିଲା ।