ଯୋରନ୍ଦା ହାଇସ୍କୁଲର ବାର୍ଷିକୋତ୍ସବ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ମହିମା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ଯୋରନ୍ଦା ଗ୍ରାମ ପଂଚାୟତ ସରପଞ୍ଚ ଆରତୀ ନାୟକ, ସମିତି ସଭ୍ୟ ପ୍ରତୁ୍ୟଷ ହରି ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସମ୍ବିତ କୁମାର ରାଉତ , ପୁରାତନ ଛାତ୍ର ସଂସଦ ସଭାନେତ୍ରୀ ମନୋଜ ମଞ୍ଜରୀ ଲେଙ୍କା, ସମ୍ପାଦିକା ନୀହାରବାଳା ରାଉତ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତନୁଶ୍ରୀ ମିଶ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଶେଷରେ ଅତିଥିମାନେ କୃତି ଛାତ୍ରଛାତ୍ରୀମାନଙ୍କୁ କୃତିତ୍ୱ ପାଇଁ ପୁରସ୍କୃତ କରିଥିଲେ । ଶିକ୍ଷକ ଉତ୍ତମ କୁମାର ସାମନ୍ତ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ବନଜା ସାହୁ ବାର୍ଷିକ ବିବରଣୀ ପାଠ ଓ ଶିକ୍ଷୟିତ୍ରୀ ଭାନୁମତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ଶୁଭ ସ୍ମିତା ସ୍ୱାଇଁ, ମଞ୍ଜୁବାଳା ବେହେରା, ଭାରତୀ ବିଶ୍ୱାଳ, ସୌଦାମିନୀ ସ୍ୱାଇଁ, ଶିକ୍ଷକ ଗଜେନ୍ଦ୍ର ମଲିକ, ପ୍ରଭାସ ସେନାପତି, ମନୋରଞ୍ଜନ ପୁହାଣ, ଶ୍ରୀନିବାସ ଦେହୁରୀ, ସୂର୍ଯ୍ୟକାନ୍ତ ତରାଇ, ବିଶ୍ୱଜିତ ଦେହୁରୀ, ସୌମ୍ୟରଞ୍ଜନ ଶତପଥୀ ଓ ଡ଼ଲି ନାନୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।