ଆଧ୍ୟାତ୍ମିକ ସତ୍ସଙ୍ଗ ଚେତନା ସମିତି ପକ୍ଷରୁ ନବନ ବାର୍ଷିକ ଉତ୍ସବ

 ଭୁବନେଶ୍ୱର  : ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ ସ୍ଥିତ ଦୁର୍ଗା ପଡିଆଠାରେ ମହାଆଡମ୍ବରରେ ନବ ଦିନ ବ୍ୟାପୀ ନବନ ବାର୍ଷିକ ଉତ୍ସବ ପାଳନ କରାଯାଉଛି  । ଆଧ୍ୟାତ୍ମିକ ସତ୍ସଙ୍ଗ ଚେତନା ସମିତି ଓ ଜୟ ଜଗନ୍ନାଥ ପରିବାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରତିବର୍ଷ ଏହି ଉତ୍ସବ ମହାଆଡମ୍ବରରେ ପାଳନ କରାଯାଇଥାଏ  । ୧୭ ମେରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ମେ ୨୫ ପର୍ଯ୍ୟନ୍ତ ଚାଲିବ  । ଉତ୍ସବର ପଞ୍ଚମ ଦିନରେ ଖୋର୍ଦ୍ଧାର ପ୍ରବଚକ  ଡକ୍ଟର ଗୁରୁପ୍ରସାଦ ମହାପାତ୍ର ଭକ୍ତଙ୍କୁ ସୁନ୍ଦରକାଣ୍ଡର ମହତ୍ତ୍ୱ ସମ୍ବନ୍ଧରେ ଜ୍ଞାନ ପ୍ରଦାନ କରିଥିଲେ  । ଉତ୍ସବକୁ ଆଖପାଖ ଅଞ୍ଚଳର ବହୁ ଭକ୍ତ ମହାପ୍ରଭୁଙ୍କ ଆର୍ଶିବାଦ ନେଇଛନ୍ତି  । ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିବା ଫଳରେ ସାରା ଅଞ୍ଚଳରେ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା  । ଭଗବାନ ଦାଶ, ଅକ୍ଷୟ କୁମାର ନାୟକ, ବିଜୟ କୁମାର ଦାଶ, କମଳଲୋଚନ ଜେନା, ଦୁଷ୍ମନ୍ତ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ।