ପୁଷ ପୁନି ମହୋତ୍ସବ
ଡ.ପ୍ରଦୀପ କୁମାର ସ୍ୱାଇଁ : ପାହାଡ଼ ଜଙ୍ଗଲ ଝରଣା ଓ ଉପତ୍ୟକାରେ ଘେରା ଅବିଭକ୍ତ କୋରାପୁଟ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ନୈସର୍ଗିକ ପ୍ରାକୃତିର ଅପୂର୍ବ ଛଟାରେ ଉଲ୍ଲସିତ ବନ ଭୂମି, ନଦୀ, ପାହାଡ଼ । ଓଡ଼ିଶାର ଦକ୍ଷିଣାଞ୍ଚଳରେ ଅବସ୍ଥିତ ଏକ ପାହାଡ଼ିଆ ବଣ ଜଙ୍ଗଲରେ ପରିପୂର୍ଣ୍ଣ ଆଦିବାସୀ ସଂସ୍କୃତିରେ ସମୃଦ୍ଧ ଅଞ୍ଚଳ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ପରଜା, ଗାଦବା, ବଣ୍ଡା, ଡୋଙ୍ଗରିଆ,ଦେସିଆ, ଭୁମିଆ ଅନେକ ଆଦିବାସୀ ଜନଜାତିର ଲୋକ ବାସ କରୁଛନ୍ତି,ସେଥି ମଧ୍ୟରୁ ଗୋଟିଏ ହେଲା ପୁଷ ପୁନି । ପୁଷ ପୁନି ପରବ ଓଡ଼ିଶାର ଦକ୍ଷିଣାଞ୍ଚଳରେ ବିଶେଷ କରି କୋରାପୁଟ, ନବରଙ୍ଗପୁର,ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାର ଆଦିବାସୀ ସମାଜର ଏକ ପ୍ରସିଦ୍ଧ ପରମ୍ପରାଗତ ଓ ପବିତ୍ର ପରବ । ଏହି ର୍ପ୍ରୀ ଫ୍ୟୁ ମାସର ପୁର୍ଣ୍ଣିମା ଦିନ ନିଷ୍ଠାର ସହ ପାଳନ କରାଯାଏ, ତେଣୁ ଏହାକୁ "ପୁଷ୍ ପୁନି’ ପରବ ବୋଲି କୁହାଯାଏ । ଏହି ପରବ ପ୍ରକୃତି, କୃଷି, ମାନବ ଜୀବନ ସହ ଅତଃପ୍ରତଃ ଭାବେ ଜଡିତ ।
ପୁଷ ପୁନି ପାଳନର ଉଦ୍ଦେଶ୍ୟ
ପୁଷ ପୁନି ପରବ ପାଳନର ଉଦ୍ଦେଶ୍ୟ ହେଉଛି ନୂଆ୧ ଧାନ ଓ ଫସଲ ପାଇଁ ପ୍ରକୃତି ଓ ଦେଶବାସୀଙ୍କୁ ଅନ୍ତରର ସହ କୃତଜ୍ଞତା ଜଣାଇବା । ଆଦିବାସୀ ଜନସାଧାରଣ ଏହି ଦିନ ଧରଣୀମାତା ରାମ ଦେବତା ଓ ପୂର୍ବ ପୁରୁଷଙ୍କୁ ପୂଜା କରନ୍ତି । ପ୍ରତ୍ୟେକଙ୍କ ଘରେ ଚାଉଳରୁ ମଣ୍ଡା, ପିଠା ଓ ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ କରନ୍ତି ।
ନୃତ୍ୟ ଓ ଲୋକଗୀତର ଆସର
ପୁଷ୍ ପୁନି ପରବରେ ଗ୍ରାମରେ ଢୋଲ ମାଦଳ ଓ ତସକର ତାଳରେ ଲୋକନୃତ୍ୟ ଓ ଲୋକଗୀତ ହୁଏ । ଗ୍ରାମର ଯୁବକ ପ ଯୁବତୀମାନେ ପାରମ୍ପାରିକ ପୋଷାକ ପିନ୍ଧି ଏହି ଉତ୍ସବକୁ ଖୁସି ମନ ରେ ପାଳନ କରନ୍ତି । ପୁଷ୍ ପୁନିରେ ଆଦିବାସୀ ଜନଜାତୀ ଅନେକ ଗୀତ ଗାନ୍ତି,ଯେପରି -
"ଆମର କୋରାପୁଟ ପାନି ପବନ
ଆମର ଆଦିବାସୀ ଲୋକର ଜୀବନ
ମଇରିଆ ଦାଦା ମାଇଁରି ବଜାଇ ଦେଲେ
ଗୋଡ଼ ବେଟି ଦେବି ନାଚୁ
ଦଶରା ଦିବାଲି ପୁଷ୍ ପରବେ କାୟ
ପରମ୍ପରା ରଖୁଲୁ ଆଚୁ
ବନ ପରବତ ଝରନା ଇତି
ମିଶି ବଡ଼ି କରି ଅଛି କେତେ ଜାତି
କିଏ ନାହିଁ ଆରି ଆମର ସମାନ "।
ସହଯୋଗ ଓ ପରମ୍ପରାର ପ୍ରତୀକ : ପୁଷ୍ ପୁନିରେ ଗ୍ରାମର ଆଦିବାସୀ ପୁରୁଷ ସ୍ତ୍ରୀ,ପୁଅ, ଝିଅ ସବୁ ଅଲଗା ଅଲଗା ଗ୍ରାମକୁ ଯାଇ ଘରକୁ ଘର ବୁଲି ଧାନ ଚାଉଳ ଇତ୍ୟାଦି ମାଗନ୍ତି ଓ ପରେ ଭୋଜି କରି ଖାଆନ୍ତି । ସାମୁହିକ ଭୋଜନ ଓ ମିଳନ ମାଧ୍ୟମରେ ସମସ୍ତେ ଏକ ପରିବାରର ଭଳି ଜୀବନଯାପନ କରିବାର ଶିକ୍ଷା ସେଠାରୁ ପାଆନ୍ତି । ଧାନ ଚାଉଳ ମାପିବା ବେଳେ ସାଧାରଣତଃ ନିମ୍ନ ଲିଖିତ ଗୀତ ଗାଆନ୍ତି ।
"ପାନିଆ ଜନିଆ ମୁଠାକେ ଚାଉଳ ଦିଅ,
ଦେଲେ ଦିଅ ନ ଦେଲେ ନାହିଁ ବେସିନି ଉଗାଡା"।
ବାସ୍ତବରେ ପୁଷ ପୁନି ପରବ ଆଦିବାସୀ ସମାଜର ଜୀବନଧାରା,ସଂସ୍କୃତି ଓ ପରମ୍ପରାର ଏକ ଏକ ଜୀବନ୍ତ ପରିଚୟ। ଯଦି ଅଭିଭକ୍ତ କୋରାପୁଟ ଜିଲ୍ଲାର ପୁଷ୍ ପୁନି ପରବ ବିଷୟରେ ଜାଣିବାର ଅଛି, ନିହାତି ଭାବରେ ଜୟପୁରର ଓ ପୁଷ୍ ପୁନି ମହୋତ୍ସବ ବିଷୟରେ ଆଲୋଚନା ହେବାର ଆବଶ୍ୟକତା ରହିଛି । ଜୟପୁର ସହର ହେଉଛି ଅବିଭକ୍ତ କୋରାପୁଟ ସହରର ସାଂସ୍କୃତିକ ଓ ଅର୍ଥନୈତିକ ପ୍ରାଣକେନ୍ଦ୍ର । ଅବିଭକ୍ତ କୋରାପୁଟ ଜିଲ୍ଲାର ସଂସ୍କୃତିକୁ ବଞ୍ଚାଇ ରଖିବା ତଥା ଜାଣିବା ପାଇଁ ଏହା ବେଶ ସହାୟକ ହୋଇଥାଏ।
ଜୟପୁର ପୁଷ୍ ପୁନି ମହୋତ୍ସବ
ଯୁଗ ସହିତ ତାଳ ଦେଇ ବିଭିନ୍ନ ପରବ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଜାରି ରହିଛି । ପୁଷ୍ ପୁନିକୁ ରାଜ୍ୟ ତଥା ଦେଶ ରେ ପରିଚିତ କରାଇବା ପାଇଁ ତାଥା ପ୍ରତୀଭାର ବିକାଶ ପାଇଁ ଓ ଲୋକ ଲୋଚନକୁ ଆଣିବା ପାଇଁ ଜୟପୁର ପୁଷ ପୁନି ମହୋତ୍ସବ ବେଶ ସହାୟକ ହୋଇଛି । ଗାଁ ଗଣ୍ଡା ରେ ଯୁବ ପିଢି ଧୀରେ ଧୀରେ ପାରମ୍ପାରିକ ନୃତ୍ୟ ଗୀତ ଓ ପରମ୍ପରାରୁ ମୁହଁ ଫେରାଇ ଆଧୁନିକ ପାଶ୍ଚାତ୍ଯ ସଂସ୍କୃତି ପ୍ରତୀ ଆକୃଷ୍ଟ ହେଉଥିବା ବେଳେ ଜୟପୁର ପୁଷ୍ ପୁନି ଏକ ଅନନ୍ୟ ଉଦାହରଣ ଜୟପୁର ରେ ପାଳିତ ହେଉଥିବା ପୁଷ୍ ପୁନି ଉତ୍ସବ ସହରରେ ବି ଗ୍ରାମ୍ୟ ପରିବେଶ ସୃଷ୍ଟି କରିଥାଏ । ଆଜି ବି ଅବିଭକ୍ତ କୋରାପୁଟର ଆଦିବାସୀ ଗ୍ରାମ ଗୁଡିକରେ ପୁଷ୍ ପୁନି ପାଳିତ ହୁଏ, କିନ୍ତୁ ଆଧୁନିକତାର ପ୍ରଭାବ ଯୋଗୁଁ ସେହି ମହକ କମି ଯାଉଥିବା ଅନୁଭବ କରି ଜୟପୁରର ସମସ୍ତ କଳାକାର ଗତ ୫ ବର୍ଷ ହେବ ଆରମ୍ଭ କରିଛନ୍ତି ଏଭଳି ନିଆରା ପ୍ରୟାସ । ଏହା ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ଏହି ବର୍ଷ ଜାନୁୟାରୀ ୨ ତାରିଖ ରୁ ୯ ତାରିଖ ପର୍ଯ୍ୟନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହେବ । ଏହି ପାରମ୍ପାରିକ ସହରି ପୁଷ୍ ପୁନି ରେ ଅବିଭକ୍ତ କୋରାପୁଟର ଧେମସା, ପାନିଆ, ଯୁନିଆ ଆଦି ନାଚ ଗୀତ ଭେଷ ଭୁଷାକୁ କଳାକାର ମାନଙ୍କ ମାଧ୍ୟମରେ ଜୀବନ୍ତ ରଖିବାର ଏକ ପ୍ରୟାସ । ଏଠାରେ ମୀନା ବଜାର ଓ ପଲ୍ଲୀଶ୍ରୀ ମେଳା ଇତ୍ୟାଦି ଏହାକୁ ଅତି ସୁନ୍ଦର କରି ଥାଏ । ନେତା ଅଭିନେତା ଓ ଜନ ସାଧାରଣଙ୍କ ପ୍ରୟାସ ଯୋଗୁଁ ଏହା ଚତ୍ମକାର ଅତି ସୁନ୍ଦର ଭବ୍ୟ ମହୋତ୍ସବରେ ପରିଣତ ହୋଇଛି । ଆସନ୍ତୁ ସମସ୍ତେ ପ୍ରଚେଷ୍ଟା କରିବା ପୁଷ୍ ପୁନି ମହୋତ୍ସବକୁ ସର୍ବ ଶ୍ରେଷ୍ଠ ମହୋତ୍ସବରେ ପରିଣତ କରିବା ।
କେମିତି ଆସିବେ
ସଡ଼କ ପଥ- ଭୁବନେଶ୍ୱର ତଥା ଅନ୍ୟାନ୍ୟ ଜିଲ୍ଲା ସଡ଼କ ପଥ ଜୟପୁର ସହ ସଂଯୁକ୍ତ ରହିଛି ।
ବିମାନ ପଥ- ଭୁବନେଶ୍ୱର ତଥା ବିଶାଖାପାଟନା ରୁ ଜୟପୁରକୁ ସୁବିଧା ରହିଛି ।
ରେଳ ପଥ- ଭୁବନେଶ୍ୱର ତଥା ରାଜ୍ୟ ର ଅନେକ ଜିଲ୍ଲାରୁ ଜୟପୁର ଆସିବାର ସୁବିଧା ରହିଛି ।
ଅଧ୍ୟାପକ, ବୋରିଗୁମ୍ମା, କୋରାପୁଟ
ଦୁରଭାଷ- ୭୩୨୬୯୦୬୯୬୮
Samir Kumar Rout