ଧନୀ ହେବାର ନିଶା

ବର୍ତ୍ତମାନ ଦେଶର ଅର୍ଥନୀତି କ୍ଷେତ୍ରରେ ଏକ ଦ୍ୱନ୍ଦ୍ୱାତ୍ମକ ଚିତ୍ର ଦେଖିବାକୁ ମିଳୁଛି । ଗୋଟିଏ ପକ୍ଷରେ ଘରୋଇ ଷ୍ଟକ୍ ବଜାରରେ ରେକର୍ଡ୍ ପରିମାଣର ଅଭିବୃଦ୍ଧି ଘଟିଛି । ଅନ୍ୟପକ୍ଷରେ ଷ୍ଟକ୍ ବଜାରରେ ନିବେଶକମାନେ ଘୋର କ୍ଷତି ସହୁଛନ୍ତି । ୩ ବର୍ଷରେ ହାରାହାରି ନିବେଶକଙ୍କର ମୁଣ୍ଡ ପିଛା କ୍ଷତି ଲକ୍ଷେ ୬୦ ହଜାର ଟଙ୍କା । ଏହି କ୍ଷତି ଫୁ୍ୟଚର୍ ଏଣ୍ଡ ଅପ୍ସନ୍ ବିଭାଗରେ ଘଟିଛି । ସେବି ବା ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ୍ ଏକ ସଦ୍ୟତମ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏଫ୍ ଆଣ୍ଡ୍ ଓରେ କାରବାର କରୁଥିବା ନିବେଶକମାନେ ଗତ ୩ ବର୍ଷ ମଧ୍ୟରେ ବଜାରରେ ୧୮୦ କୋଟି ଲକ୍ଷ୍ୟ ଟଙ୍କା ହରାଇଛନ୍ତି । ଏଇ ରିପୋର୍ଟ୍ରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ୩୦ ବର୍ଷରୁ ଅଧିକ ଧରି ଏହି ବଜାରରେ କାରବାର କରୁଥିବା ନିବେଶକମାନେ ସେମାନଙ୍କ ଅଭିଜ୍ଞତା ଏବଂ ବୁଦ୍ଧିମତ୍ତା ଆଦି ସତ୍ତ୍ୱେ କ୍ଷତିରେ ପଡୁଛନ୍ତି । ନୂଆ ନୂଆ ଏ କ୍ଷେତ୍ରରେ ପ୍ରବେଶ କରୁଥିବା ଯୁବଗୋଷ୍ଠୀ ବିପୁଳ ପରିମାଣର ଅର୍ଥ ହରାଉଛନ୍ତି । ଅଳ୍ପଦିନ ତଳେ ପ୍ରକାଶ ପାଇଥିବା ଏକ ରିପୋର୍ଟ୍ରୁ ଜଣାପଡ଼ିଛି ଯେ ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ତିନିଟି ଆର୍ଥôକ ବର୍ଷରେ ୧.୧୩ କୋଟି ଖୁଚୁରା ଫୁ୍ୟଚର୍ ଏଣ୍ଡ ଅପ୍ସନ୍ ଟ୍ରେଡ଼ର୍ ବଜାର କାରବାରରେ ମୋଟ୍ ୧୮୧ ଲକ୍ଷ କୋଟି ଟଙ୍କା କ୍ଷତି ସହିଲେଣି । ପ୍ରାୟ ୧ କୋଟିରୁ ଅଧିକ ଟେଡର୍ ବ୍ୟକ୍ତିଗତ ଭାବରେ ୨ଲକ୍ଷ ପର୍ଯ୍ୟନ୍ତ ଟଙ୍କା ହରାଇଲେଣି । ୩୫ ଲକ୍ଷ ଟ୍ରେଡ଼ର୍ଙ୍କ ମଧ୍ୟରୁ ୩.୫ ଶତାଂଶ ଟ୍ରେଡ଼ର୍ ମୁଣ୍ଡ ପିଛା ହାରାହାରି ୨୮ ଲକ୍ଷ ଟଙ୍କା ହରାଇ ସାରିଲେଣି । ବିଶେଷ କରି ଅନଭିଜ୍ଞ ଯୁବଗୋଷ୍ଠୀ ଟ୍ରେଡିଂ ମାଧ୍ୟମରେ ରାତାରାତି ଧନୀ ହେବା ପାଇଁ ଆଶା ରଖିଥିବାରୁ ଏ ପ୍ରକାରର ପରିସ୍ଥିତି ଉପୁଜୁଛି । ୨୦୨୪ରେ ଏ ପର୍ଯ୍ୟନ୍ତ ୬୦ ଶତାଂଶ ଟ୍ରେଡର୍ କ୍ଷତି ସହିଲେଣି । ଏପରିକି ୯୧.୫ ଶତାଂଶ ଟ୍ରେଡ଼ର୍ ଅପ୍ସନ ବିକଳ୍ପରେ ମଧ୍ୟ କ୍ଷତି ସହିଲେଣି । ଦେଶର ପ୍ରତିଷ୍ଠିତ ୧୫ ଜଣ ବ୍ରୋକର୍ଙ୍କ ତଥ୍ୟ ଅଧ୍ୟୟନ କରି ଏ ପ୍ରକାରର ଏକ ବିବରଣୀ ପ୍ରକାଶ ପାଇଛି । 
ଦେଶରେ ଅପ୍ସନ୍ ଟ୍ରେଡର୍ଙ୍କ ସଂଖ୍ୟା ୨୦୨୧ ଆର୍ଥôକ ବର୍ଷରେ ୪୨.୨ ଲକ୍ଷ ଥିଲା । ୨୦୨୪-୨୫ ଆର୍ଥôକ ବର୍ଷ ବେଳକୁ ସଂଖ୍ୟା ୮୫.୭ ଲକ୍ଷରେ ପହଞ୍ଚିଛି । ୨୦୨୩-୨୪ ଆର୍ଥôକ ବର୍ଷରେ ଫୁ୍ୟଚର୍ ଏଣ୍ଡ ଅପ୍ସନ୍ ଟ୍ରେଡିଂରେ ୯୧.୯ ଶତାଂଶ ପୁରୁଷ ଟ୍ରେଡ଼ର୍ କ୍ଷତି ସହିଥିବା ବେଳେ ୮୬.୩ ଶତାଂଶ ମହିଳା କ୍ଷତି ସହିଛନ୍ତି । ବର୍ତ୍ତମାନ ସମୟରେ କୌଣସି କର୍ମନିଯୁକ୍ତି, ସନ୍ତୋଷଜନକ ପ୍ରାପ୍ୟ ଯୁବଗୋଷ୍ଠୀଙ୍କ ନିକଟରେ ନଥିବା ବେଳେ ଏ ସମ୍ପର୍କିତ ତାଲିମ୍ ପାଇଥିବା ଯୁବଗୋଷ୍ଠୀ ଟ୍ରେଡିଂକୁ ଏକ ବ୍ୟବସାୟ ଭାବରେ ଗ୍ରହଣ କରି ନେଇଛନ୍ତି । କିନ୍ତୁ ଟ୍ରେଡିଂରେ ଯଦି ଏ ପ୍ରକାରର ଏକ ପରିସ୍ଥିତି ଲାଗି ରହୁଛି, ତାହା ହେ ଏହା ନିଶ୍ଚିତ ରୂପେ ଦେଶର ନିମ୍ନମୁଖୀ ଅର୍ଥନୀତିର ଏକ ସୂଚନା ଦେଉଛି । ଗତ ୩ ବର୍ଷ ହେଲା ଏହିଭଳି ପରିସ୍ଥିିତି ଲାଗି ରହିଛି । ଆହୁରି ଅଧିକ କାଳ ଯଦି ଏ ପ୍ରକାରର ସ୍ଥିତି ଲାଗି ରହେ ଦେଶର ଅର୍ଥନୀତି ଉପରେ ଏହାର କୁପ୍ରଭାବ ପଡ଼ିବ । 
ବର୍ତ୍ତମାନ ବିଭିନ୍ନ କମ୍ପାନୀର ସେୟାର ସବୁ ସେୟାର ବଜାରରେ ଆଉ ପୂର୍ବ ଭଳି ନିବେଶକମାନଙ୍କୁ ଆଗ୍ରହ ସୃଷ୍ଟି କରାଉ ନାହିଁ । ଏହା ଫଳରେ ନିବେଶକମାନେ ସେୟାର ବଜାରରୁ ବାହାରି ଯାଇ ହାଉସିଂ ପ୍ରକଳ୍ପ, ଜମି ବ୍ୟବସାୟ ଭଳି କାର୍ଯ୍ୟରେ ଅର୍ଥ ନିବେଶ କରୁଛନ୍ତି । ଏ କ୍ଷେତ୍ର ମଧ୍ୟ ବର୍ତ୍ତମାନ ଆଉ ପୂର୍ବଭଳି ଦ୍ରୁତ ଅଗ୍ରଗତି ପଥରେ ନାହିଁ । ଗୃହ ନିର୍ମାଣକାରୀ ସଂସ୍ଥାମାନେ ବିଭିନ୍ନ ପ୍ରକଳ୍ପରେ ଶହ ଶହ କୋଟି ଟଙ୍କା ବିନିଯୋଗ କରି ଗ୍ରାହକମାନଙ୍କ ଅପେକ୍ଷାରେ ରହିଛନ୍ତି । ହାଉସିଂ କ୍ଷେତ୍ରରେ ମଧ୍ୟ ଆଶାନୁରୂପ ପ୍ରଗତି ହୋଇ ପାରୁନାହିଁ । ନିର୍ମିତ ଘରଗୁଡ଼ିକର ଦାମ୍ ଅତ୍ୟଧିକ ପରିମାଣରେ ବଢ଼ିଯାଉଛି । ତେଣୁ ଦେଶର ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କିଛି ଉଦ୍ୟମ କରାନଗଲେ ଏହାର ପରିଣତିି ଅର୍ଥବ୍ୟବସ୍ଥାକୁ ନିମ୍ନମୁଖୀ କରିବ ।