ସାମ୍ବାଦିକାଙ୍କ ଶ୍ରଦ୍ଧାଞ୍ଜଳି ସଭା
ଦେବଗଡ: ସାମ୍ବାଦିକା ସୀମନ୍ତିକା ନନ୍ଦଙ୍କ ଅକାଳ ବିୟୋଗରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସାମ୍ବାଦିକ ସତ୍ୟନାରାୟଣ ମିଶ୍ରଙ୍କ ଆବାହକତ୍ୱରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର, ସାମ୍ବାଦିକ ମିତ୍ରଭାନୁ ମହାପାତ୍ର, ପ୍ରଣବ କିଶୋର ଗୁରୁ, ପୃଥ୍ୱୀରାଜ ପଟ୍ଟନାୟକ, ବିଜୟ ମୋଦୀ, ଅନୁଜ ପ୍ରଧାନ, ନିର୍ମାଲ୍ୟ ପ୍ରସାଦ ସାହୁ, ଶିବାଶିଷ ଝାଙ୍କର, ପ୍ରଶାନ୍ତ ଭୁକ୍ତା, ତରୁଣ ସାହୁ, ବ୍ରିଜେଶ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।