୩ ମୋବାଇଲ୍ ଲୁଟେରା ଗିରଫ
ସମ୍ବଲପୁର : ବୁର୍ଲା ଥାନା ପୁଲିସ ଜାତୀୟ ରାଜପଥରେ ବାଇକ୍ ଚାଳକଙ୍କ ଠାରୁ ମୋବାଇଲ ଲୁଟ୍ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ବିଭିନ୍ନ ବ୍ରାଣ୍ଡର ୧୦ଟି ମୋବାଇଲ ଫୋନ, ୨ଟି ବାଇକ, ୩ଟି ଛୁରି ଜବତ ହୋଇଛି । ପ୍ରକାଶ ଯେ, ୫୩ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀଡୁଙ୍ଗୁରୀ ଠାରୁ ଗୋଶାଳା ମଧ୍ୟରେ ନିଛାଟିଆ ଅଞ୍ଚଳରେ ମୋବାଇଲ ଲୁଟେରାମାନେ ସକ୍ରିୟ ଅଛନ୍ତି । ଏମାନେ ବାଇକ ଚାଳକଙ୍କୁ ଏକୁଟିଆ ଦେଖି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମୋବାଇଲ ଲୁଟି ନେଉଥିଲେ । ଏନେଇ କ୍ଷେତରାଜପୁରରେ ୨ଟି ଓ ବୁର୍ଲା ଥାନାରେ ୭ଟି ମାମଲା ରୁଜୁ ହୋଇଥିଲା । ଏହାର ତଦନ୍ତ ବେଳେ ବୁର୍ଲା ଥାନା ପୋଲିସ ଧନକଉଡା ସନ୍ ସିଟିର ସେକ୍ ଏହେତ୍ସାମ(୨୦), କୁମ୍ଭାରପଡାର ଅର୍ମାନ ଖାନ(୨୨) ଓ ଗଣ୍ଠିଆପଡାର ଶାସ୍ୱତ ମିଶ୍ର(୨୫)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।