ଜଳବାୟୁ ପରିବର୍ତ୍ତନ ମୁକାବିଲା ଓ ଗଣତନ୍ତ୍ରର ସୁରକ୍ଷା ଦାବି
ବାଲେଶ୍ୱର: ସଂପ୍ରତି ଆମ ଦେଶ ତଥା ବିଶ୍ୱରେ ଦେଖାଦେଇଥିବା ମଣିଷକୃତ ମହାବିପତ୍ତି ବିଶ୍ୱ ତାପାୟନ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ସୁନିଶ୍ଚିତ ପନ୍ଥା ନିର୍ଦ୍ଧାରଣ, ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଦାବି ତଥା ବିକାଶ ନାଁରେ ବିନାଶ ନୀତିକୁ ପ୍ରତିହତ କରିବା, ମଣିଷ ଓ କୋଟି ଜୀବଜଗତଙ୍କ ପାଇଁ ବଞ୍ଚôବାର ପ୍ରକୃତିଦତ୍ତ ଆଧାର - ଜମି, ଜଳ, ଜଙ୍ଗଲ, ଜନ୍ତୁ ଓ ପ୍ରାକୃତିକ ସଂପଦର ସୁରକ୍ଷା ଲାଗି ଦେଶରେ ଚାଲିଥିବା ବିଭିନ୍ନ ଜନଆନେ୍ଦାଳନମାନଙ୍କର ଜାତୀୟ ସମ୍ମିଳନୀ ଆସନ୍ତା ମାର୍ଚ୍ଚ-୧ରୁ ୪ ତାରିଖ ଯାଏ ହାଇଦ୍ରାବାଦର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେଉଛି । ଏଥିରେ ସମଗ୍ର ଭାରତବର୍ଷର ୫୦୦ରୁ ଊଦ୍ଧ୍ୱର୍ ବିଭିନ୍ନ ଜନ ଆନେ୍ଦାଳନ ଓ ଗଣ ସଂଗଠନର ପ୍ରାୟ ୩ ହଜାର ପ୍ରତିନିଧି ଯୋଗ ଦେଉଛନ୍ତି । ଓଡ଼ିଶାରୁ ଏଥିପାଇଁ ୫୦ରୁ ଊଦ୍ଧ୍ୱର୍ ପ୍ରତିନିଧି ଏନ୍ଏପିଏମ୍ର ଶୀର୍ଷ ନେତୃତ୍ୱ ପରିବେଶବିତ୍ ଗ୍ରୀନ୍ ନୋବେଲ୍ ବିଜେତା ପ୍ରଫୁଲ୍ଲ ସାମନ୍ତରା, ରାଜ୍ୟ ଆବାହକ ଅରୁଣ ଜେନା, ଲିଙ୍ଗରାଜ ଆଜାଦ୍, ନରେନ୍ଦ୍ର ମହାନ୍ତି, ଲିଙ୍ଗରାଜ ପ୍ରଧାନ, ସତ୍ୟ ବନ ଛୋର, ବାଳକୃଷ୍ଣ ଷଣ୍ଢ, କ୍ଷେତ୍ରମୋହନ ମହାନ୍ତ ଓ ଲକ୍ଷ୍ମୀପି୍ରୟା ମହାନ୍ତି ଆଦିଙ୍କ ନେତୃତ୍ୱରେ ଆଜି ୫୦ରୁ ଊଦ୍ଧ୍ୱର୍ ପ୍ରତିନିଧି ବାଲେଶ୍ୱର ଓ ଭୁବନେଶ୍ୱର ରେଳଷ୍ଟେସନରୁ ଇଷ୍ଟକୋଷ୍ଟ୍ ଏବଂ ହାଓଡ଼ା ସିକନ୍ଦରାବାଦ, ଫାଲକନାମା ଏକ୍ସପ୍ରେସ୍ ଟ୍ରେନ୍ରେ ହାଇଦ୍ରାବାଦ ଯାତ୍ରା କରିଛନ୍ତି । ଉନ୍ନୟନ ଓ ଯୋଜନା ନାଁରେ ବ୍ୟାପକ ବିସ୍ଥାପନକୁ ବନ୍ଦ କରିବା, ଲୋକଙ୍କର ଜୀବନ ଜୀବିକାର ସାଧନକୁ ଧ୍ୱଂସ ନ କରିବା, ଦେଶର କୋଟି କୋଟି ଚାଷୀ-ଆଦିବାସୀ ଓ ଶ୍ରମଜୀବୀ ଜନଗଣଙ୍କ ପେଟପାଟଣା, ଗଣତାନ୍ତ୍ରିକ ଓ ମାନବାଧିକାର ସୁରକ୍ଷା ଦାବିରେ ଅନୁଷ୍ଠିତ ଏହି ୪ ଦିନିଆ ସମ୍ମିଳନୀରେ ଜନଆନେ୍ଦାଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟର ୩୦ବର୍ଷ ପୂର୍ତ୍ତି ସମାରୋହରେ ସୁଶ୍ରୀ ମେଧା ପାଟେକର, ଅରୁଣା ରାୟ, ରାଜେନ୍ଦ୍ର ସିଂ ରାଣା, ତୁଷାର ଗାନ୍ଧୀ, ସର୍ବୋଦୟ ନେତା ଚନ୍ଦନ ପାଲ୍, ରାକେଶ ସିଂ ଟିକ୍କାୟତ, ପି.ଭି. ରାଜଗୋପାଲଙ୍କ ସମେତ ସମଭାବାପନ୍ନ ରାଜନୈତିକଦଳର ନେତୃତ୍ୱ ପ୍ରକାଶ କରାତ୍, ଆନ୍ନି ରାଜା, ଦୀପଙ୍କର ଭଟ୍ଟାଚାର୍ଯ୍ୟ, ସତ୍ୟବ୍ରତ ବିଶ୍ୱାସ୍, ବ୍ରିନ୍ଦା କରାତ୍, ଡ. ବନ୍ଦନା ଶିବା, ଅମରଜିତ୍ ସିଂ କାଉର, କହ୍ନେୟା କୁମାରଙ୍କ ସମେତ ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପ୍ରମୁଖ ବହୁ ବିଶିଷ୍ଟ ନେତୃବୃନ୍ଦ ଯୋଗଦେଇ ସଂପ୍ରତି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ବିରୋଧୀ ନିଷ୍ପତ୍ତି ଓ ଏକଚ୍ଛତ୍ରବାଦ ବିରୋଧରେ ଆଗାମୀ ଦିନରେ ଦେଶବ୍ୟାପୀ ଐକ୍ୟବଦ୍ଧ ଗଣ ଆନେ୍ଦାଳନର ଖସଡ଼ା ପ୍ରସ୍ତୁତି କରାଯିବ ବୋଲି ଏନ୍.ଏ.ପି.ର ରାଜ୍ୟ ଆବାହକ ଅରୁଣ ଜେନା ଗଣମାଧ୍ୟମକୁ ଜଣାଇଛନ୍ତି ।